Advertisment

କେଜରିୱାଲଙ୍କ ଘରେ ପଶିଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ !

ବିଜେପିର ଅଭିଯୋଗ ଆଧାରରେ ନୋଟିସ୍ । ବିବାଦୀୟ ମନ୍ତବ୍ୟ ଦେଇଥିଲେ କେଜରିୱାଲ ।

author-image
Satyendu Shekher Mishra
Kejriwal

Kejriwal

କେଜରିୱାଲଙ୍କ ଘରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ। ଏକ ନୋଟିସ୍ ଦେବାକୁ କେଜରିୱାଲଙ୍କ ଦିଲ୍ଲୀ ବାସଭବନକୁ ଯାଇଛି ଦିଲ୍ଲୀ ପୋଲିସ। କିଛି ଦିନ ତଳେ କେଜରିୱାଲ ଅଭିଯୋଗ କରିଥିଲେ ଯେ, ତାଙ୍କ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବିଜେପି ଏବଂ ଆପ୍ ସରକାରକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର କରିଛି। ପ୍ରତ୍ୟେକ ବିଧାୟକ ପିଛା ୨୫ କୋଟି ଟଙ୍କାର ଲୋଭ ଦେଖାଇ ୭ ଜଣ ଦିଲ୍ଲୀ ଏମଏଲଏଙ୍କୁ କିଣିବାକୁ ଚେଷ୍ଟା କରୁଛି ବିଜେପି।

Advertisment

କେଜରିୱାଲଙ୍କ ଏହି ମନ୍ତବ୍ୟ ବିରୋଧରେ ବିଜେପି ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲା। ସେହି ମାମଲାରେ କେଜରିୱାଲଙ୍କୁ ନୋଟିସ୍ ଦେଇଛି ଦିଲ୍ଲୀ ପୋଲିସ। ଆଗରୁ ହିଁ ମୋଦି ସରକାର ଓ କେଜରିୱାଲଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ଦିଲ୍ଲୀ ମଦ ଦୁର୍ନୀତିରେ କେଜରିୱାଲଙ୍କୁ ପାଞ୍ଚ ଥର ହେଲାଣି ସମନ୍ ଜାରି କରିଛି ଇଡି। କିନ୍ତୁ ରାଜନୀତି ଦୃଷ୍ଟିରୁ ହଇରାଣ କରାଯାଉଥିବା କହି ଥରଟେ ବି ଇଡିରେ ହାଜର ହୋଇ ନାହାନ୍ତି କେଜରିୱାଲ।

ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ସାଂସଦ ସଂଜୟ ସିଂହଙ୍କୁ ଗିରଫ କରିଛି ଇଡି।

Advertisment
Delhi Police Kejriwal
Advertisment
Advertisment