/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678415667.jpg)
Manish Sisodia
ପ୍ରଥମେ ସିବିଆଇ(Central Bureau of Investigation) , ତା ପରେ ଇଡି( Enforcement Directorate) । ମଦ ଦୁର୍ନୀତି ଅଭିଯୋଗ ( Excise Policy Case) ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଦୁଇ ଦିନ ଧରି ଜେରା କରିବା ପରେ ମନି ଲଣ୍ଡ୍ରିଂ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ମନୀଷ ସିସୋଦିଆ (Manish Sisodia)ଙ୍କୁ କୋର୍ଟରେ ହାଜର କରାଯିବ।
ସେପଟେ ସିବିଆଇ ଗିରଫ କରିବା ମାମଲାରେ ଆଜି ତାଙ୍କ ଜାମିନ ଆବେଦନ ଶୁଣାଣି ହେବାର ଅଛି । ତା ଆଗରୁ ହିଁ ସିସୋଦିଆଙ୍କୁ ଗିରଫ କରିଛି ଇଡି । ତେବେ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Chief Minister Arvind Kejriwal ) ଅଭିଯୋଗ କରିଛନ୍ତି, କୌଣସି ଉପାୟରେ ହେଉ ପଛେ ସିସୋଦିଆଙ୍କୁ ଜେଲରେ ରଖିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ତେଣୁ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି ।
ଜବାବରେ ବିଜେପିର ମନୋଜ ତିୱାରୀ କହିଛନ୍ତି, ଇଡି ଗିରଫ କରିବା ଘଟଣାରୁ ଜଣାପଡୁଛି ଯେ, ସିସୋଦିଆ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି । ସିସୋଦିଆ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଗତ ଫେବ୍ରୁଆରି ୨୬ ତାରିଖରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)