• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମୁଁ ଦୁନିଆର ସବୁଠାରୁ ସୁଇଟ୍ ଆତଙ୍କବାଦୀ ’ । କୁମାର ବିଶ୍ୱାସ(Kumar Vishwas)ଙ୍କ ଅଭିଯୋଗ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal)  । ଏକ ସାମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ କେଜ୍ରିୱାଲ ନିଜର ପୁରୁଣା ସହଯୋଗୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । କୁମାର ବିଶ୍ୱାସ ଜଣେ ବ୍ୟଙ୍ଗ କବି, ସେ କିଛି ବି କହିପାରିବେ । ହେଲେ ତାଙ୍କର ଏପରି ବୟାନକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ଗୁରୁତର ସହ ନେବା ନିହାତି ହାସ୍ୟାପ୍ପଦ ।

ପ୍ରଧାନମନ୍ତ୍ରୀ ମୋଦି, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ କହୁଛନ୍ତି ଗତ ଦଶ ବର୍ଷ ମଧ୍ୟରେ ମୁଁ ଦେଶକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଯୋଜନା କରୁଛି ଏବଂ ଗୋଟିଏ ଖଣ୍ଡର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ଏହା ସତରେ ସମ୍ଭବ କି ? ଏହା ଏକ ହାସ୍ୟାସ୍ପଦ ବିଷୟ । ତାଙ୍କ କହିବା ଅନୁସାରେ ମୁଁ ଏକ ବଡ଼ ଆତଙ୍କବାଦୀ ହୋଇସାରିଛି । ୧୦ ବର୍ଷରେ ୩ବର୍ଷ ପାଇଁ କଂଗ୍ରେସ ସରକାର ଥିଲା , ୭ ବର୍ଷ ହେଲେ ବିଜେପି ସରକାର ରହିଛି । କାହିଁକି ଏତେ ବର୍ଷ ମଧ୍ୟରେ ସେମାନେ ମୋତେ ଗିରଫ କଲେ ନାହିଁ ? ସେମାନଙ୍କର ସୁରକ୍ଷା ଏଜେନ୍ସି କଣ କରୁଥିଲା । ଏବେ ସୁଦ୍ଧା ସେମାନେ କ’ଣ ଶୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

ଏହାସହ ନିଜକୁ ଏକ ସୁଇଟ୍ ଆତଙ୍କବାଦୀ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମୁଁ ବୋଧହୁଏ ଦୁନିଆର ସବୁଠାରୁ ମଧୁର ଆତଙ୍କବାଦୀ ଯିଏ ରାସ୍ତା, ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରୁଛି । ଲୋକଙ୍କୁ ମାଗଣା ବିଦ୍ୟୁତ୍ ପ୍ରଦାନ କରୁଛି । ପ୍ରଥମେ ରାହୁଲ ଗାନ୍ଧୀ , ପରେ ପ୍ରଧାନମନ୍ତ୍ରୀ, ପ୍ରିୟଙ୍କା ଗାନ୍ଧୀ, ସୁଖବୀର ବାଦଲ ଏହାକୁ ପ୍ରସଙ୍ଗ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅନୁକରଣ କରିବେ ବୋଲି ମୁଁ ଚିନ୍ତା କରିନଥିଲି ।

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୭୦ ବର୍ଷ ଧରି ସମସ୍ତ ଦଳ ପଞ୍ଜାବକୁ ଲୁଟ କରି ଯୁବଗୋଷ୍ଠୀଙ୍କୁ ବେକାରୀ କରିଦେଇଛନ୍ତି । ପଞ୍ଜାବ ଉପରେ ୩ ଲକ୍ଷ କୋଟି ଋଣ ରହିଛି । ଯଦି ସେମାନେ କିଛି କରିନାହାଁନ୍ତି, ତେବେ ଟଙ୍କା କୁଆଡେ ଗଲା ? ବିଦ୍ୟାଳୟ, ଡାକ୍ତରଖାନା, କଲେଜ ନିର୍ମାଣ କି କୌଣସି କାମ କରିନଥିବା କଥା ମଧ୍ୟ କହିଛନ୍ତି କେଜ୍ରିୱାଲ୍ ।