Advertisment

Delhi Assembly Election: କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ?

ଏବେ ଚର୍ଚ୍ଚା, କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ? ଅନ୍ୟ ରାଜ୍ୟ ଭଳି ବିନା ସିଏମ୍ ଫେସରେ ନିର୍ବାଚନ ଲଢିଥିବା ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ଥିବା ସମ୍ଭାବ୍ୟ ନେତାଙ୍କୁ ନେଇ ଆସନ୍ତୁ ଜାଣିବା...

Who will be next Delhi chief minister

Who will be next Delhi chief minister

Advertisment

ଆମ୍ ଆଦମୀ ପାର୍ଟିର ହ୍ୟାଟ୍ରିକ୍ ବିଜୟକୁ ରୋକି ଐତିହାସିକ ସଫଳତା ପାଇଛି ଭାରତୀୟ ଜନତା ପାର୍ଟି। ଏବେ ଚର୍ଚ୍ଚା, କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ? ଅନ୍ୟ ରାଜ୍ୟ ଭଳି ବିନା ସିଏମ୍ ଫେସରେ ନିର୍ବାଚନ ଲଢିଥିବା ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ଥିବା ସମ୍ଭାବ୍ୟ ନେତାଙ୍କୁ ନେଇ ଆସନ୍ତୁ ଜାଣିବା...

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ପରଭେଶ ବର୍ମା। ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପାଣି ପିଆଇଦେଇଥିବା ବିଜେପିର ଜିଆଣ୍ଟ କିଲର। ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରଭେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରଭେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏପରିକି ସେ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ହେଉଥିଲା। ଦିଲ୍ଲୀ ସିଏମ୍ ରେସର ନମ୍ବର-ଟୁ ବିଜେନ୍ଦର ଗୁପ୍ତା। ଦିଲ୍ଲୀ ବିଜେପିର ବରିଷ୍ଠ ନେତା, ପୂର୍ବତନ ସଭାପତି ତଥା ବିରୋଧୀ ଦଳ ନେତା। ୨୦୧୫ ଓ ୨୦୨୦ରେ ଆପ୍‌ର ପ୍ରଭାବ ସତ୍ତ୍ବେ ରୋହିଣୀ ଆସନରୁ ଜିତିଥିଲେ ବିଜେନ୍ଦର। ଏଥର ଆମ ଆଦମୀ ପାର୍ଟିର ପ୍ରଦୀପ ମିତ୍ତଲଙ୍କୁ ହରାଇ ହ୍ୟାଟ୍ରିକ୍ କରିଛନ୍ତି। ଅଭିଜ୍ଞତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି ବିଜେନ୍ଦର।

ଅଧିକ ପଢନ୍ତୁ: ଦିଲ୍ଲୀ ନିର୍ବାଚନ: ବିଜେପି ମାଡ଼ରେ କଂଗ୍ରେସ ଚି‌ତ୍‌ପଟାଙ୍ଗ

ରଜୌରୀ ଗାର୍ଡେନ୍ ସିଟରୁ ନିର୍ବାଚିତ ମନଜିନ୍ଦର ସିଂ ସିର୍ସା ବି ଦିଲ୍ଲୀ ସିଏମ୍ ପଦ ପାଇଁ ଦାବିଦାର। ଆପ୍ ପ୍ରାର୍ଥୀ ଧନବତୀ ଚନ୍ଦିଲାଙ୍କୁ ମାତ୍ ଦେଇଥିବା ମନଜିନ୍ଦର ପୂର୍ବରୁ ଅକାଳୀ ଦଳରେ ଥିଲେ। ୨୦୧୭ରେ ବିଧାୟକ ବନିଥିଲେ। 

Advertisment

ତେବେ ୨୦୨୩ରେ ସାମିଲ ହୋଇଥିଲେ ବିଜେପିରେ। ମନଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପଞ୍ଜାବ ଉପରେ ଫୋକସ କରିପାରେ। ସେହିପରି ଦଳିତ କାର୍ଡ ଖେଳିପାରେ ବିଜେପି। ରାଷ୍ଟ୍ରୀୟ ସଚିବ ସହ ରାଜ୍ୟସଭା ସାଂସଦ ରହିସାରିଥିବା ଦୁଷ୍ୟନ୍ତ କୁମାର ଗୌତମ ଏଥର କରୋଲ ବାଗରୁ ନିର୍ବାଚନ ଲଢିଥିଲେ, ପ୍ରତିନ୍ଦ୍ବନ୍ଦ୍ବୀ ଥିଲେ ଆପ୍‌ର ବିଶେଷ ରବି। ନିର୍ବାଚନ ଲଢିନଥିଲେ ବି ଐତିହାସିକ ସଫଳତା ପାଇଁ ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କୁ ଦଳ ପୁରସ୍କୃତ କରିପାରେ। ୨୦୨୨ରୁ ସଭାପତି ଦାୟିତ୍ବରେ ରହିଛନ୍ତି ସଚ୍ଚଦେବା। ୨୭ ବର୍ଷ ପରେ ଦିଲ୍ଲୀରେ ଦଳ ଶାସନକୁ ଫେରିବାରେ ରହିଛି ସଚ୍ଚଦେବାଙ୍କ ପ୍ରମୁଖ ଭୂମିକା। 

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପୁଅ ହରିଶ ଖୁରାନାଙ୍କ ନାଁ ବି ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚା ହେଉଛି। ମୋତି ନଗର ଆସନରେ ଆମ୍ ଆଦମୀ ପାର୍ଟିର ଶିବଚରଣ ଗୋଏଲଙ୍କୁ ମାତ୍ ଦେଇଥିବା ହରିଶ, ଦିଲ୍ଲୀ ବିଜେପି ସମ୍ପାଦକ ତଥା ମୁଖପାତ୍ର ରହିସାରିଛନ୍ତି। ଦିଲ୍ଲୀ ବିଜେପିର ଭେଟେରାନ୍ ମୋହନ ସିଂ ବିସ୍ତ ୧୯୯୮ରୁ ୨୦୧୫ ଯାଏଁ କରୋଲ ନଗର ଆସନରୁ ବିଧାୟକ ରହିଥିଲେ। ଗତ ନିର୍ବାଚନ ହାରିଥିଲେ ବି ଏବେ ପୁଣି ଥରେ ବିଜୟୀ ହୋଇଛନ୍ତି। ଆପ୍‌ର ଦୁର୍ଗେଶ ପାଠକଙ୍କୁ ହରାଇ ମୁସ୍ତଫାବାଦ ଆସନରେ ପୁଣି ଉଡାଇଛନ୍ତି ବିଜେପିର ବିଜୟ ପତାକା।

Advertisment

ଅଧିକ ପଢନ୍ତୁ: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି

Chief Minister Delhi Chief Minister Delhi Assembly Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ