Advertisment

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ !

ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର

ଚେନ୍ନାଇ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଚର ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗୁରୁତର ଅବସ୍ଥାରେ ୩ ଜଣ ଉଦ୍ଧାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିମାନରେ ସିଡିଏସ୍ ବିପିନ ରାଓ୍ୱତ ସମେତ ମୋଟ୍ ୧୪ ଜଣ ଥିଲେ।ଦୁର୍ଘଟଣା କିପରି ହେଲା ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ବାୟୁସେନା। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ସିଡିଏସ୍(Chief of Defence Staff) ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତାମିଲନାଡ଼ୁର କୁନୁର ନିକଟରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏନେଇ ବାୟୁସେନା ସ୍ପଷ୍ଟ କରିଛି। ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି। 

ସିଡିଏସ୍ ଜେନେରାଲ ବିପିନ୍ ରାୱତ୍‌, ବିପିନ୍ ରାୱତ୍‌ଙ୍କ ପତ୍ନୀ ମଧୁଲିକା ରାୱତ୍‌, ବ୍ରିଗେଡିୟର ଏଲ.ଏସ୍‌ ଲିଡର, ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱକ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଗୁର୍ଘଟଣା ହେଲିକେପ୍ଟରରେ ଥିଲେ।

Advertisment

ବାୟୁସେନା ବିମାନ ଦୁର୍ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମୀକ୍ଷା କରିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହୋଇଛି। ଦୁର୍ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ ରାଜନାଥ କରିଛନ୍ତି।

Bipin Rawat CDS Bipin Rawat Army Chopper Crash CDS Chopper Crash
Advertisment
Advertisment