/odishatv-khabar/media/post_attachments/uploadimage/library/16_9/16_9_0/Deepotsav_1699713507.jpg)
Deepotsav
ଲକ୍ଷ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ସରଜୁ ତଟ । ସରଜୁ ନଦୀର ୫୧ଟି ଘାଟରେ ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ ଦେଖି ଚକିତ ସାରା ବିଶ୍ୱ । ଏକାସାଙ୍ଗରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଉଛି ।
ତ୍ରେତୟା ଯୁଗରେ ୧୪ ବର୍ଷ ବନବାସ ପରେ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଖୁସିରେ ଘରେ ଘରେ ଦୀପ ଜାଳିଥିଲେ ଏହି ପୌରାଣିକ ନଗୀରର ନରନାରୀ । ଦୀପୋତ୍ସବ ସେହି ମହାପର୍ବର ସ୍ମୃତି ବହନ କରୁଛି । ଏହି ଦୀପୋତ୍ସବ ଅବସରରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଜୁ ତଟରେ ଆରତୀରେ ଅଂଶ ଗ୍ରହଣ କରିଥିଲେ ।
ଆସନ୍ତାବର୍ଷ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ, ଚଳିତବର୍ଷର ଦୀପୋତ୍ସବକୁ ଅତ୍ୟନ୍ତ ବିଶାଳ ଆକାରରେ ଆୟୋଜନ କରାଯାଇଛି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ । ଲେଜର ଲାଇଟ୍ ସୋ, ବିରାଟ ଏଲଇଡିରେ ରାମାୟଣ ପ୍ରଦର୍ଶନ ଏବଂ ଦେଶର ବିଭିନ୍ନ ପ୍ରାନ୍ତର ଭାଷା, କଳା ଓ ସଂସ୍କୃତି ବି ପ୍ରଦର୍ଶିତ ହୋଇଛି ଏହି ଅବସରରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)