Advertisment

Lingayat Community: ଅଭିନବ ପ୍ରତିବାଦରେ ଶବ ରହିଲା ଅଫିସ ଆଗରେ, ନାକେଦମ୍ ହେଲେ ଅଫିସର୍

ସେମାନଙ୍କ ସଂପ୍ରଦାୟର ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ କୌଣସି ଶ୍ମଶାନ ନାହିଁ। ସରକାରଙ୍କୁ ବାରମ୍ୱାର କହିବା ପରେ ମଧ୍ୟ କେହି ଶୁଣୁନାହାନ୍ତି । ତେଣୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଦାବିକୁ ଜୋରଦାର କରିବା ପାଇଁ ସେମାନେ ଏକ ମୃତଦେହକୁ ପୌର ପରିଷଦ ଅଫିସକୁ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

author-image
Tapan Kumar Swain
protest

protest

ମହାରାଷ୍ଟ୍ରର ବୀଡ ଜିଲ୍ଲାର ଅମ୍ବାଜୋଗାଇ ସହରରେ ରହୁଥିବା ଲିଙ୍ଗାୟତ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି । ସେମାନେ ଦୀର୍ଘ ଦିନ ହେଲା ଅଭିଯୋଗ କରି ଆସୁଛନ୍ତି ଯେ ସେମାନଙ୍କ ସଂପ୍ରଦାୟର ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ କୌଣସି ଶ୍ମଶାନ ନାହିଁ। ସରକାରଙ୍କୁ ବାରମ୍ୱାର କହିବା ପରେ ମଧ୍ୟ କେହି ଶୁଣୁନାହାନ୍ତି । ତେଣୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଦାବିକୁ ଜୋରଦାର କରିବା ପାଇଁ ସେମାନେ ଏକ ମୃତଦେହକୁ ଅମ୍ବାଜୋଗାଇ ପୌର ପରିଷଦ ଅଫିସକୁ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛି ସମୟ ପାଇଁ ଅଫିସ ଭିତରକୁ କାହାରିକୁ ଛାଡିନଥିଲେ ।

Advertisment

ଲିଙ୍ଗାୟତ ସମ୍ପ୍ରଦାୟ ହେଉଛି ଏକ ସ୍ୱତନ୍ତ୍ର ସାମାଜିକ-ଧାର୍ମିକ ଗୋଷ୍ଠୀ । ବାରାଖାମ୍ବି ଅଞ୍ଚଳରେ ଥିବା ଏକ ଶ୍ମଶାନ ଉପରେ ଦୀର୍ଘ ଦିନ ଧରି ସେମାନେ ନିର୍ଭର କରି ଆସୁଥିଲେ। ଏହି ପବିତ୍ର ସ୍ଥାନଟି ଗତ କିଛି ବର୍ଷ ହେଲା ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଅନଧିକୃତ ଭାବେ ଅଧିକାର କରାଯାଇଥିବା ସେମାନେ ଅଭିଯୋଗ କରୁଛନ୍ତି । ଏହି ସମ୍ପ୍ରଦାୟ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଆଉ କୌଣସି ସ୍ଥାନ ବାକି ନାହିଁ। ସେମାନେ ଏକ କ୍ରେମାଟୋରିଅମରେ ଶବଦାହ କରୁଛନ୍ତି । 

ରବିବାର ଦିନ ସେମାନଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ମୃତଦେହକୁ ନେଇ ବିକ୍ଷୋଭ କରାଯାଇଥିଲା । ମ୍ୟୁନିସିପାଲ କାଉନସିଲ ଅଫିସର ପାହାଚରେ ଆଣି ରଖାଯାଇଥିଲା ଶବ। ଅନେକ ଲିଙ୍ଗାୟତ ସମ୍ପ୍ରଦାୟର ସଦସ୍ୟ ଏହି ଧାରଣାରେ ଯୋଗ ଦେଇଥିଲେ । ନାରା ଦେଇ ଓ ପ୍ଲାକାର୍ଡ ପ୍ରଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ସରକାରୀ ଅଫିସରମାନେ ବୁଝାବୁଝି କରିବା ପରେ ସେମାନେ ଧାରଣାରୁ ଉଠିଥିଲେ ।

Advertisment

ଅଧିକ ପଢ଼ନ୍ତୁ: କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ କିସ୍ ଦେଇ ଫସିଗଲେ ବ୍ୟବସାୟୀ, ଏକୁଟିଆ ଥିବାର ସୁଯୋଗ ନେଇ… 

Deadbody Protests
Advertisment
Advertisment