Advertisment

ପଦୋନ୍ନତିର କିଛିଦିନ ପରେ ମିଳିଲା ପୋଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ

ପଦୋନ୍ନତି ହେବାର କିଛିଦିନ ପରେ ଜଣେ ପୋଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୁଧବାର ସନ୍ଧ୍ୟାରେ ସେ ଦାୟିତ୍ୱ ଗ୍ରହଣ କରିବାର ଥିଲା, ହେଲେ ତା’ପୂର୍ବରୁ ତାଙ୍କ ମୃତଦେହ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Police Death Case

Days After Promotion Body Of A Police Official Found Hanging In Ayodhya

ପଦୋନ୍ନତି ହେବାର କିଛିଦିନ ପରେ ଜଣେ ପୋଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ପୋଲିସ୍‌ ଷ୍ଟେସନ ସାମ୍ନାରେ ଆପାର୍ଟମେଣ୍ଟ୍‌ରେ ଭଡ଼ା ରହୁଥିବା ସମ୍ପୃକ୍ତ ପୋଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ପୋଲିସ୍‌ ଅଧିକାରୀଙ୍କ ନାଁ ଓମ୍‌କାର ନାଥ(୪୬)। କିଛିଦିନ ପୂର୍ବେ ତାଙ୍କର ପଦୋନ୍ନତି ହୋଇଥିଲା ବୋଲି ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ମେନୁଦ୍ଦିନପୁର ଗାଁରେ ଥିବା ପୋଲିସ୍‌ ଷ୍ଟେସନ ସାମ୍ନାରେ ଓମ୍‌କାର ଏକ ଆପାର୍ଟମେଣ୍ଟ୍‌ରେ ଭଡ଼ା ରହୁଥିଲେ। ଲୁହା ରେଲିଂରେ ଝୁଲନ୍ତା ଅବସ୍ଥାରେ ବୁଧବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନିକଟରେ ଓମ୍‌କାର ନାଥଙ୍କୁ ଫୈଜାବାଦ ପୋଲିସ୍‌ ଷ୍ଟେସନକୁ ଇନ୍ସପେକ୍ଟର(କ୍ରାଇମ୍‌) ଭାବେ ଟ୍ରାନ୍ସଫର କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ସେ ଦାୟିତ୍ୱ ଗ୍ରହଣ କରିବାର ଥିଲା, ହେଲେ ତା’ପୂର୍ବରୁ ଓମ୍‌କାରଙ୍କ ମୃତଦେହ ମିଳିଛି। 

ମେନୁଦ୍ଦିନପୁର ଗାଁର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ବୁଧବାର ସକାଳେ ଯେତେବେଳେ ସେ ଓମ୍‌କାରଙ୍କ ଘରର କବାଟ ବାଡ଼େଇ ଥିଲେ, କୌଣସି ଉତ୍ତର ମିଳିନଥିଲା। ଏହାପରେ ସେ ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଓମ୍‌କାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ପୋଲିସ୍ ଘଟଣାର ତତନ୍ତ ଚଳାଇଛି। 

Advertisment

ଫୈଜାବାଦ ପୋଲିସ୍‌ ଷ୍ଟେସନକୁ ଟ୍ରାନ୍ସଫର୍‌ ହେବା ପୂର୍ବରୁ ଓମ୍‌କାର ନାଥ ପୁରାକଲାନ୍ଦର ପୋଲିସ୍‌ ଷ୍ଟେସନରେ ସିନିୟର ସବ୍‌-ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ। ସନ୍ତ କବିର ନଗର ଜିଲ୍ଲାରେ ତାଙ୍କ ଘର।

Deadbody Found Police Officer Found Dead
Advertisment
Advertisment