Advertisment

PM Modi Health Tips: ମନ୍-କୀ-ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୋଟାପା ଚିନ୍ତା; ଓବେସିଟିରୁ ବର୍ତ୍ତିବାକୁ PM ବତାଇଲେ ସରଳ ମନ୍ତ୍ର

ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ କଲେ ଅପିଲ୍ । ଓବେସିଟି, ମୋଟାପା ବା ମେଦବହୁଳତା। ଆବଶ୍ୟକତାଠୁ ଶରୀର ଅଧିକ ଓଜନ। ଏହା କେବଳ ଯେ ସୌନ୍ଦର୍ଯ୍ୟକୁ ବିଗାଡ଼େ ତା ନୁହେଁ, ଡାକିଆଣେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଓ ଜଟିଳ ବ୍ୟାଧି।

ଅଦ୍ୟତନ ହୋଇଛି
undefined

PM Modi Health Tips

Advertisment

ମୋଟାପଣରୁ ରକ୍ଷା ପାଇବାକୁ କମ୍ କରନ୍ତୁ ଖାଇବା ତେଲ। ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ମୋଟାପା ବା ଓବେସିଟିକୁ ନେଇ ଉଦବେଗ ପ୍ରକାଶ କରିବା ସହ, ଏଥିରୁ ରକ୍ଷା ପାଇବାକୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ଫିଟ୍ ଓ ସୁସ୍ଥ ଦେଶ ବନିବା ପାଇଁ ଆମକୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେବ। ମୋଟାପା ସ୍ବାସ୍ଥ୍ୟ ପ୍ରତି କେତେ କ୍ଷତିକାରକ ଏବଂ କେଉଁ ସବୁ ଉପାୟ ଆପଣେଇଲେ ସୁସ୍ଥ ଜୀବନ ଜିଇଁହେବ, ସେନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ସ୍ପୋର୍ଟସ ଓ ସିନେ ସେଲିବ୍ରିଟି ବି ଦେଇଛନ୍ତି ପରାମର୍ଶ ।

Advertisment

ମୋଦିଙ୍କ 'ମନ୍ କୀ ବାତ୍'ରେ ମୋଟାପାକୁ ନେଇ ଚିନ୍ତା । ମୋଟାପଣରୁ ବର୍ତ୍ତିବାକୁ ମୋଦି ବତାଇଲେ ସରଳ ମନ୍ତ୍ର । ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ କଲେ ଅପିଲ୍ । ଓବେସିଟି, ମୋଟାପା ବା ମେଦବହୁଳତା। ଆବଶ୍ୟକତାଠୁ ଶରୀର ଅଧିକ ଓଜନ। ଏହା କେବଳ ଯେ ସୌନ୍ଦର୍ଯ୍ୟକୁ ବିଗାଡ଼େ ତା ନୁହେଁ, ଡାକିଆଣେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଓ ଜଟିଳ ବ୍ୟାଧି। ଏବେ ଅଧିକାଂଶ ଯୁବପିଢ଼ି, ଏପରିକି ଛୋଟ ଛୋଟ ପିଲାଙ୍କୁ ବି ମୋଟାପା ଗ୍ରାସ କରୁଥିବାରୁ, ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମନ୍ କୀ ବାତ୍‌ର ୧୧୯ ତମ ସଂସ୍କରଣରେ ମୋଦି କହିଛନ୍ତି, ଏବେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ଓବେସିଟି ଯୋଗୁଁ ଚିନ୍ତିତ। ଗତ କିଛି ବର୍ଷ ଭିତରେ ମୋଟାପା ସମସ୍ୟା ଦୁଇଗୁଣ ବୃଦ୍ଧି ପାଇଛି । ଶିଶୁଙ୍କ କ୍ଷେତ୍ରରେ ବି ମୋଟାପା ସମସ୍ୟା ୪ ଗୁଣ ବଢ଼ିଛି। WHOର ୨୦୨୨ ତଥ୍ୟ ଅନୁସାରେ, ବିଶ୍ବର ପ୍ରାୟ ୨୫୦ କୋଟି ଲୋକ ଓଭରୱେଟ୍। ତେବେ ଆମେ ମିଳିତ ଭାବେ ଛୋଟ ଛୋଟ ପ୍ରୟାସ ବଳରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା ବୋଲି କହିଛନ୍ତି ମୋଦି। ଯେପରିକି, ଖାଇବା ତେଲ ୧୦ ପ୍ରତିଶତ କମ୍ ଉପଯୋଗ କରିବା। ଖାଇବା ତେଲ କିଣିବା ବେଳେ ହିଁ ୧୦ ପ୍ରତିଶତ କମ୍ କିଣିବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ୧୦ ଜଣ ଲୋକ ପ୍ରଥମେ ଏହି ଚାଲେଞ୍ଜ ଗ୍ରହଣ କରନ୍ତୁ ଏବଂ ଆଗକୁ ଆଉ ୧୦ ଜଣଙ୍କୁ ଏହି ଚାଲେଞ୍ଜ ଦିଅନ୍ତୁ ବୋଲି ସେ ଆଗ୍ରହ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ :  ବଡ଼ ଭେଟ୍‌ଘାଟ୍, ବଡ଼ ଡିଲ୍...ବିଶ୍ୱ ଦେଖିଲା ଭାରତ-ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ

Advertisment

ଖାଦ୍ୟପେୟରେ ଅଧିକ ତେଲର ବ୍ୟବହାର ଏବଂ ଅଧିକ ଛଣା ଖାଦ୍ୟ ଆଦି ଖାଇଲେ କେବଳ ମୋଟାପା ନୁହେଁ, ହୃଦରୋଗ, ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ବହୁ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ଥାଏ। ମେଦ ବହୁଳତା ଯୋଗୁଁ ଫ୍ୟାଟି ଲିଭର୍ ବି ଦେଖାଦେଇପାରେ। କେବଳ ତେଲ ନୁହେଁ, ମାତ୍ରାଧିକ ଭାତ, ଚପାତି ଓ ଚିନି ଭଳି କାର୍ବୋହାଇଡ୍ରେଟ୍ ବା ଶ୍ବେତସାରଯୁକ୍ତ ଖାଦ୍ୟ ଖାଇଲେ ବି ମୋଟାପା ଦେଖାଦେଇପାରେ। ତେଣୁ ଏସବୁ ଖାଦ୍ୟ କମ୍ ଗ୍ରହଣ କରିବା ସହ ନିୟମିତ ବ୍ୟାୟାମ ଓ ଖେଳକୁଦ ଉପରେ ଗୁରୁତ୍ବ ଦେଇଛନ୍ତି କ୍ରୀଡ଼ାବିତ୍ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ। ଆଜିର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଭାଗ ନେଇ ଅଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ୍ ନୀରଜ ଚୋପ୍ରା, ଲୋକଙ୍କୁ ଅତି କମ୍ ରେ ୧ ଘଣ୍ଟା ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି। 

ଏଥିସହ କହିଛନ୍ତି- ବାପାମାଆ ମାନେ ନିଜେ କିଛି ନା କିଛି ଆଉଟଡୋର୍ ସ୍ପୋର୍ଟସ ନିୟମିତ ଖେଳନ୍ତୁ ଏବଂ ସାଥିରେ ପିଲାଙ୍କୁ ବି ବାହାରକୁ ଖେଳିବାକୁ ନେଇଯାଆନ୍ତୁ। ସେପଟେ ସିନେ ଅଭିନେତା ଆର୍. ମାଧବନ୍ ଭିଡିଓ ବାର୍ତ୍ତା ଜାରି କରି ମୋଟାପା ସମସ୍ୟା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବକୁ ସ୍ବାଗତ କରିବା ସହ, ଅସ୍ବାସ୍ଥ୍ୟକର ପାନୀୟ ବଦଳରେ ପାଣି ପିଇବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି। ବଡି ମାସ୍ ଇଣ୍ଡେକ୍ସ ବା ଶାରିରୀକ ଉଚ୍ଚତା ଓ ଓଜନକୁ ତୁଳନା କରି ଓବେସିଟିର ମାତ୍ରା ନିରୂପଣ କରନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। 

Advertisment

ଅଧିକ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀଙ୍କ ଅଫିସରେ ପୁଣି ଜଣେ ଓଡ଼ିଆ ପୁଅ, ଶକ୍ତିକାନ୍ତ ଦାସଙ୍କୁ ନୂଆ ନିଯୁକ୍ତି

Mann Ki Baat Narendra Modi PM Modi Edible Oil Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ