• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାଲ୍ୟ ବିବାହକୁ ନେଇ ଉଠୁଛି ପଡ଼ୁଛି ଆସାମ । ଆସାମ ସରକାରଙ୍କ ପକ୍ଷରୁ ବାଲ୍ୟ ବିବାହ ରୋକିବାକୁ ନେଇ କଡ଼ା କଟକଣା ଜାରି କରାଯାଇଛି । ନାବାଳିକାମାନଙ୍କ ଜୀବନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ଆସାମ ସରକାର । ଆସାମର ଦୁଇଟି ସ୍ଥାନ ତଥା କଚର ଓ ଗୋଲାକଞ୍ଜ ଅଞ୍ଚଳରେ ଚାଳିଥିବା ବାଲ୍ୟ ବିବାହକୁ ନେଇ ଏପରି ଏକ ଘଟଣା ଦେଖିବାକୁ ମିଳିଛି । 

ବାଲ୍ୟ ବିବାହ ରୋକିବାକୁ ପୁଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି ।  ଫଳରେ ୨,୪୪୧ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି । ଖାଲି ସେତିକି ନୁହେଁ ଘଟଣାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହସ୍ତକ୍ଷେପ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ଅସାମାଜିକ କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ହିମନ୍ତ । 

ସୂଚନା ମୁତାବକ, ଆସାମର କଚର ଜିଲ୍ଲାରେ ଏହି ଘଟଣା ପ୍ରଥମେ ଦେଖିବାକୁ ମିଳିଥିଲା । ନାବାଳିକା ବିବାହ ରୋକିବାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ୧୭ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିଲା । ପରେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ବାପାଙ୍କୁ ପୋଲିସ ଗିରଫ କରିବାକୁ ନେଇ ଆତ୍ମହତ୍ୟାର ଧମକ ଦେଇଥିଲେ । ପରେ ପରେ ଦରାଶଲ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । 

ଜଣେ ନାବାଳିକା ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ସେମାନଙ୍କ ବିବାହ କରିବାକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ ପ୍ରସ୍ତୁତି କରାଯାଉଥିଲା । ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିବା ସହ ଘଟଣାରେ କିଛି ଲୋକଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ନାବାଳିକା ଜଣକ ଆତ୍ମହତ୍ୟା କରିଥିଲେ । 

ପରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସହ ପୋଲିସ ୨,୪୪୧ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏପରି ଅସାମାଜିକ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଆସନ୍ତା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେବ । ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ମାନଙ୍କୁ ଗିରଫ କରାଯାଇଛି । ଘଟଣାକୁ ନେଇ ପୋଲିସ ତା’ର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।