Advertisment

୧୦ ଦିନରେ ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ ସଂଖ୍ୟା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Covid cases rise in delhi

Covid cases rise in delhi

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। କାରଣ ଏହି ୨ଟି ସ୍ଥାନରୁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି। ଗତ ୧୦ ଦିନରେ ୭୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Advertisment

ଗତକାଲି ୧୭ଟି କରୋନା ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଗତ ମାସକ ମଧ୍ୟରେ ୫୩ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରୁ କେବଳ ୫ ଦିନରେ ୪୬ଟି ମୃତ୍ୟୁ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଅନେକ ଟିକା ନେଇନଥିଲେ। ଏହାସହ ବହୁବିଧ ରୋଗରେ ପୀଡ଼ିତ ମଧ୍ୟ ଥିଲେ। 

ଦିଲ୍ଲୀରେ ଏବେ ୧,୮୦୦ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ମହାରାଷ୍ଟ୍ରରେ ତୃତୀୟ ଲହରି ଆରମ୍ଭ ହୋଇ ସାରିଲାଣି। ଜାନୁଆରୀ ଶେଷ ବେଳକୁ ଏହା ପିକ୍‌ରେ ପହଞ୍ଚିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟପ୍ପୋ କହିଛନ୍ତି।  ଗତକାଲି ବି ୩୩ ହଜାରରୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। 

Advertisment
COVID19 Corona Cases In Delhi
Advertisment
Advertisment