Advertisment

କରୋନା ସଂକ୍ରମଣ ମଧ୍ୟରେ ଦେଖାଦେଲା ଆଶାର କିରଣ ! ମହାମାରୀର ହୋଇପାରେ ଅନ୍ତ

କେବେ ହେବକରୋନା ଭାଇରସ୍‌ର ଅନ୍ତ ? ଏନେଇ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଥିବା ବେଳେ ଏବେ ଆଶାର କିରଣ ନଜର ଆସିଛି।

author-image
Rajalaxmi Sahoo
Coronavirus

Coronavirus

କେବେ ହେବକରୋନା ଭାଇରସ୍‌ର ଅନ୍ତ ? ଏନେଇ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଥିବା ବେଳେ ଏବେ ଆଶାର କିରଣ ନଜର ଆସିଛି। ୟୁରୋପରେ ମହାମାରୀ କରୋନାର ଅନ୍ତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସଙ୍କେତ ଦେଇଛି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପ ନିର୍ଦ୍ଦେଶକ ହଂସ୍‌ କ୍ଲୁଜ୍‌(Hans Kluge) କହିଛନ୍ତି, ୟୁରୋପ ଦେଶରେ ଓମିକ୍ରନ୍‌(Omicron) ଭାରିଆଣ୍ଟ୍‌ କରୋନା ଭାଇରସ୍‌କୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଛି। ଫଳରେ ମାର୍ଚ୍ଚ ସୁଦ୍ଧା ୬୦% ୟୁରୋପୀୟ ସଂକ୍ରମିତ ହୋଇପାରନ୍ତି। ଯାହାକି ମହାମାରୀର ଅନ୍ତ ଆଣିପାରେ।

ହଂସ୍‌ କ୍ଲୁଜ୍‌ ନ୍ୟୁଜ୍‌ ଏଜେନ୍ସି AFPକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଏହା ବହୁତ ଭଲ ଖବର। କାରଣ ୟୁରୋପ ଦେଶ ମହାମାରୀର ଅନ୍ତ ଆଡ଼କୁ ଗତି କରୁଛି। କିନ୍ତୁ ଭାଇରସ୍‌ ବାରମ୍ବାର ଏହାର ରୂପ ବଦଳାଉଥିବାରୁ ଏଥିପ୍ରତି ଲୋକମାନେ ସତର୍କ ରହିବା ଜରୁରୀ। ଆମେ ଆଶା କରୁଛୁ, କୋଭିଡ୍-୧୯ ଅନ୍ତ ଘଟିବା ପୂର୍ବରୁ ବର୍ଷ ଶେଷ ପର୍ଯ୍ୟନ୍ତ ପୁଣିଥରେ ଏହା ଫେରିପାରେ। କିନ୍ତୁ ମହାମାରୀ ପୁନର୍ବାର ଫେରିବ ନାହିଁ ବୋଲି କ୍ଲୁଜ୍‌ କହିଛନ୍ତି।

Advertisment

ଆମେରିକା ବୈଜ୍ଞାନିକ ଆନ୍ଥୋନି ଫୌସି ମଧ୍ୟ ଏଭଳି କିଛି ଆଶଙ୍କା କରିଥିଲେ। ABC News ଟକ୍‌ ଶୋ’ ‘This Week’ରେ ସେ କହିଥିଲେ, ଆମେରିକାର କିଛି ସ୍ଥାନରେ କରୋନା କେସ୍‌ ଦ୍ରୁତ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଯାହାକି ଏକ ଭଲ ସଙ୍କେତ। ଆମେରିକାର ଉତ୍ତର-ପୂର୍ବ ପରି ଅଞ୍ଚଳରେ ଯେଭଳି ଭାବେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି, ମୋର ବିଶ୍ୱାସ ସାରା ଦେଶରେ ପରିବର୍ତ୍ତନ ଆପଣମାନେ ଦେଖିବେ ବୋଲି ଆନ୍ଥୋନି କହିଛନ୍ତି। 

ଆଫ୍ରିକାରେ ମଧ୍ୟ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏପରିକି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। 

COVID19 Coronavirus
Advertisment
Advertisment