• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ବୁଲେଟ ଟ୍ରେନ୍ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ । ପ୍ରଥମେ ଗୁଜରାଟ୍‌ର ସୁରତରୁ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ ଟ୍ରେନ୍ ଚାଲିବ । ଏଭଳି ଆଶା ପ୍ରକଟ କରିଛନ୍ତି ରେଲେୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରସ୍ତାବିତ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ୍ ପ୍ରୋଜେକ୍ଟ କାମର ଅଗ୍ରଗତିର ସମୀକ୍ଷା ଅବସରରେ ରେଲେୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆସନ୍ତା ୨୦୨୬ ସୁଦ୍ଧା ଏହି ରୁଟ୍‌ରେ ବୁଲେଟ ଟ୍ରେନ ଚାଲିବ । 

ବିଲିମୋରା ଦକ୍ଷିଣ ଗୁଜରାଟର ନବସାରୀ ଜିଲ୍ଲାରେ ଅବସ୍ଥିତ । ବୁଲେଟ ଟ୍ରେନ ଚଲାଇବା ପାଇଁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କ୍ଷୀପ୍ର ଗତିରେ ଚାଲୁଛି । ଏହି ଅନୁସାରେ ଯଦି କାମ ଜାରି ରହେ, ତେବେ ଆସନ୍ତା ୨୦୨୬ ସୁଦ୍ଧା ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଚାଲିବ ବୋଲି ଆଶା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ୩୨୦ କିଲୋମିଟର ବେଗରେ ବୁଲେଟ ଟ୍ରେନ୍ ଚଲାଇବା ପାଇଁ ପ୍ରସ୍ତାବ ରହିଛି । 

ଉଭୟ ସହର ମଧ୍ୟରେ ଦୂରତା ୫୦୮ କିଲୋମିଟର ରହିଛି । ଏହି ରୁଟ୍‌ରେ ମୋଟ ୧୨ଟି ଷ୍ଟେସନ୍ ରହିବ ଏବଂ ଯାତ୍ରା ଅବଧି ବର୍ତ୍ତମାନର ୬ ଘଣ୍ଟା ବଦଳରେ ଲାଗିବ ମାତ୍ର ୩ ଘଣ୍ଟା । ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବ୍ୟୟ  ଅଟକଳ ୧ ଲକ୍ଷ ୧୦ ହଜାର କୋଟି ରହିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାବି କରି କହିଛନ୍ତି ଯେ, ବୁଲେଟ ଟ୍ରେନ୍ ପ୍ରୋଜେକଟରେ  ୬୧ କିଲୋମିଟର ଯାଏଁ ରୁଟ୍‌ର ପିଲାର ଉଠିସାରିଲାଣି । ଆଉ ବାକି ୧୫୦ କିଲୋମିଟର ପାଇଁ କାମ ଚାଲିଛି ।
 

 

OTV is now on Whatsapp

Join and get latest news update delivered to you via whatsapp

Join Now