Advertisment

ମାର୍ଚ୍ଚରେ ପିକ୍‌ରେ ପହଞ୍ଚିବ କରୋନା ? ଦୈନିକ ସାମ୍ନାକୁ ଆସିପାରେ ୨ ଲକ୍ଷ ପଜିଟିଭ୍‌ କେସ୍‌

କେବଳ ଏତିକି ନୁହେଁ ବରଂ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ ମଧ୍ୟ କଲେଣି। ଆଉ ଯଦି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମାନ ସତ ହୁଏ ତେବେ କଥା ସରିଲା

author-image
Sarbeswar
Corona

Corona

ନୂଆଦିଲ୍ଲୀ: କାୟା ମେଲାଉଛି ଓମିକ୍ରନ। ଭାରତରେ ପ୍ରତ୍ୟେକଦିନ ଏହି ଭୂତାଣୁର ମାମଲା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି। ଦେଶରେ ଏବେ ନିତିଦିନି ପାଖାପାଖି ୨୨ ହଜାର ଉପରେ ସଂକ୍ରମଣ ରିପୋର୍ଟ ଆସୁଛି। ଆଉ ଏହାରି ମଧ୍ୟରେ କେହି କେହି କହୁଛନ୍ତି ଯେ, ମହାମାରୀର ତୃତୀୟ ଲହର ଦେଶରେ ଆସିସାରିଲାଣି। ତେଣୁ କରୋନାର ନୂଆ ଭ୍ୟାରିଆଂଟ୍‌ ଡେଲଟା ସ୍ଥାନ ନେଲାଣି ଓମିକ୍ରନ। କେବଳ ଏତିକି ନୁହେଁ ବରଂ ମିଳିଥିବା ସୂଚନା ଅନୁସାରେ ଫେବ୍ରୁଆରୀ ଓ ମାର୍ଚ୍ଚରେ ଦୈନିକ ଦୁଇ ଲକ୍ଷ ଉପରେ ସଂକ୍ରମଣ ରହିବ ବୋଲି କୁହାଯାଉଛି।

Advertisment

କେବଳ ଏତିକି ନୁହେଁ ବରଂ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ ମଧ୍ୟ କଲେଣି। ଆଉ ଯଦି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମାନ ସତ ହୁଏ ତେବେ କଥା ସରିଲା। କାରଣ ପ୍ରତ୍ୟେକ ଦିନ ଏତେ ମାତ୍ରାରେ ସଂକ୍ରମଣ ହେଲେ ସରକାର ବାଧ୍ୟ ହୋଇ ପୁଣି ଥରେ ଲକଡାଉନ୍‌ ଓ ସଟଡାଉନ୍‌ କରିବେ ବୋଲି କୁହାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଗତବର୍ଷ ଡିସେମ୍ବର ୨୬ ରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି।

ଗତ ସପ୍ତାହ ତଳେ ଦିନକୁ ମାତ୍ର ୬ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ୨୦ ହଜାର ଉପରେ ରହୁଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛି ଯେ ଓମିକ୍ରନ୍ ହେତୁ ଭାରତରେ କରୋନା ମାମଲା ଆହୁରି ବଢିପାରେ । ତେଣୁ ଆଗୁଆ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

Advertisment

ସୂଚନା ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭,୫୩୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୮୪ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୮,୮୯,୧୩୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୮୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୧,୭୭୦ରେ ପହଞ୍ଚିଛି।

Corona Virus India COVID19
Advertisment
Advertisment