/odishatv-khabar/media/post_attachments/uploadimage/library/16_9/16_9_0/____1660036011.jpg)
Congress Star Campaigner 'Mirchi Baba' Arrested In Rape Case
ବନ୍ଧା ହେଲେ ମିର୍ଚି ବାବା ଓରଫ ବୈରାଜ୍ଞାନନ୍ଦ ଗିରି। ୨୦୧୯ ଲୋକସଭା ନିର୍ବାଚନରେ ଦିଗ୍ବିଜୟ ସିଂଙ୍କ ପାଇଁ ନିବାଚନୀ ପ୍ରଚାର କରି ଚର୍ଚ୍ଚାରେ ଥିବା ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କୁ ଭୋପାଳ ମହିଳା ପୋଲିସ୍ ଗିରଫ କରିଛି। ତାଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କର କୌଣସି ସନ୍ତାନ ହେଉ ନଥିବାରୁ ସେ ବାବାଙ୍କ ପାଖକୁ ଯାଇଥିଲେ। ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ। ହେଲେ ମହିଳା ଜଣକ ବାବାଙ୍କ ଧମକକୁ ନଡରି ପୋଲିସ୍ରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ ଆଧାରରେ ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କ ବିରୋଧରେ ପୋଲିସ୍ ବିଭିନ୍ନ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।
ପୀଡ଼ିତାଙ୍କ ଘର ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ପଡ଼ୋଶୀ ଜିଲ୍ଲା ରାଇସେନ୍ରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିବାହର ୪ ବର୍ଷ ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କର କୌଣସି ସନ୍ତାନ ନାହିଁ। ଫଳରେ ସେ ମିର୍ଚି ବାବାଙ୍କ ସହ ଯୋଗାଯୋଗରେ ଆସିଥିଲେ। ପୂଜା-ପାଠ କଲେ ସନ୍ତାନ ପ୍ରାପ୍ତି ହେବ ବୋଲି ବାବା ଦାବି କରିଥିଲେ। ଏହାପରେ ଉକ୍ତ ମହିଳାଙ୍କୁ ଡାକି ନିଶା ଔଷଧ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏନେଇ ମହିଳା ଜଣକ ସୋମବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ବିଳମ୍ବିତ ରାତିରେ ଗ୍ୱାଲିୟରରୁ ମିର୍ଚି ବାବାଙ୍କୁ ଗିରଫ କରି ଭୋପାଳ ଆଣିଥିଲେ। ତାଙ୍କୁ ପଚରାଉଚରା ପରେ ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଦିଗ୍ବିଜୟ ସିଂ ନିକଟତର ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)