• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ । ଏନେଇ କଂଗ୍ରେସ ଦଳ ଓ ତାଙ୍କ ସମର୍ଥକ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବାର ଦେଖିବାକୁ ମିଳିଛି । ରାଜୀବ ଗାନ୍ଧି ଥିଲେ ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ । ୧୯୮୪ ମସିହାରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାପରେ ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁତ୍ର ତଥା ଜବାହରଲାଲ ନେହେରୁଙ୍କ ନାତି ଥିଲେ ରାଜୀବ । ୧୯୯୧ ମେ ୨୧ରେ ଏକ ର୍ନିବାଚନ ରାଲିରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁର ଯାଇଥିବା ବେଳେ ରାଜୀବଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ପେରାରିଭାଲାନ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା । ୩୬ ବର୍ଷ ହେଲା ସେ ସଜ୍ଜା କାଟୁଥିବା ବେଳେ, କାହିଁକି ମୁକ୍ତ କରାଯାଉନାହିଁ ବୋଲି କେନ୍ଦ୍ର ସରକାରଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ ସୁପ୍ରିମକୋର୍ଟ ।

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀକୁ ନିକଟରେ ମୁକ୍ତ କରାଯାଇଛି । ଦୀର୍ଘ ୩୧ ବର୍ଷ ଜେଲ୍ କାଟିବା ପରେ ମୁକ୍ତ ହୋଇଛନ୍ତି ପେରାରିଭାଲାନ । ରାଜୀବ ଗାନ୍ଧୀଙ୍କୁ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିଲେ ପେରାରିଭାଲାନ । ହେଲେ ଏବେ ପେରାରିଭାଲାନକୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।