• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜନତାଙ୍କ କଥା କେତେ ଶୁଣନ୍ତି ନେତା ? ନିର୍ବାଚନ ଜିତିବା ପରେ କେମିତି ବ୍ୟବହାର କରନ୍ତି ? ତାହାର ଏକ ଏହି ସିସିଟିଭି ଫୁଟେଜ ସମସ୍ତଙ୍କ ସାମ୍ନାକୁ ଆସିଛି । ରାଜସ୍ଥାନର କଂଗ୍ରେସ ବିଧାୟକ ରାଜେନ୍ଦ୍ର ବିଧୁଡ଼ିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁ ଭିଡିଓକୁ ନେଇ ରାଜନୈତିକ ମହଲରୁ ତାଙ୍କୁ ତୀବ୍ର ନିନ୍ଦା କରାଯାଉଛି । 

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଚାଷୀ ତାଙ୍କ ପାଖକୁ ସହାୟତା ମାଗିବାକୁ ଆସିଥିଲେ । ଏତେ ଅସହାୟ ଥିଲେ ଯେ, ସେ ନିଜ ପଗଡ଼ିକୁ ବାହାର କରି ବିଧାୟକଙ୍କ ପାଦ ତଳେ ଥୋଇ ଦେଇଥିଲେ । ହେଲେ ଏହାକୁ ଦେଖି ସାହାଯ୍ୟ କରିବେ କଣ, ଓଲଟା ପଗଡ଼ିକୁ ଲାତ ମାରି ଫୋପାଡ଼ି ଦେଇଥିଲେ ବିଧାୟକ ।

 

ପଗଡ଼ି ହେଉଛି ସମ୍ମାନର ପ୍ରତିକ, ସ୍ୱାଭିମାନର ଚିହ୍ନ । ତେବେ ତାକୁ ଏତେ ଖରାପ ବ୍ୟବହାର ଦେଖାଇବାକୁ ନେଇ ଏବେ ରାଜନୀତି ତେଜିଛି । କଂଗ୍ରେସକୁ ଘେରିଛି ବିଜେପି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏନେଇ ସୋସିଆଲ୍ ମିଡିଆରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏପରି ବ୍ୟବହାର କଂଗ୍ରେସର ସଂସ୍କୃତିକୁ ଦର୍ଶାଉଛି ବୋଲି ସମ୍ବିତ କହିଛନ୍ତି । ସେହିଭଳି ଏହା କଂଗ୍ରେସର ଅସଲ ଚେହେରା ବୋଲି କହି କଟ୍ଟାକ୍ଷ କରିଛନ୍ତି ବିଜେପି ନେତା ରାଜବର୍ଦ୍ଧନ ସିଂ ରାଠୋର ।