/odishatv-khabar/media/post_attachments/uploadimage/library/16_9/16_9_0/Renuka__1655380903.jpg)
Renuka
କଂଗ୍ରେସ ବିକ୍ଷୋଭ ବେଳେ ଅପ୍ରୀତିକର ଦୃଶ୍ୟ । ପୋଲିସ କର୍ମଚାରୀଙ୍କ ସାର୍ଟ କଲର୍ ଧରିଲେ ରେଣୁକା ଚୌଧୁରୀ । ତେଲେଙ୍ଗାନାରେ କଂଗ୍ରେସର ଚଲୋ ରାଜଭବନ ରାଲି ବେଳେ ଅଘଟଣ । ଜଣେ ପୋଲିସ ସବ୍ ଇନ୍ସ୍ପେକ୍ଟରଙ୍କ ସାର୍ଟ କଲର ଧରି ଝିଙ୍କିଲେ କଂଗ୍ରେସ ନେତ୍ରୀ । ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତ୍ରୀ ରେଣୁକା ଚୌଧୁରୀ ପୋଲିସ ଏସ୍ଆଇଙ୍କ ସାର୍ଟ କଲର ଝିଙ୍କି ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସୂଚନାଯୋଗ୍ୟ କଂଗ୍ରେସ କର୍ମୀ ରାଜଭବନ ଆଡ଼େ ଅଗ୍ରସର ହେବା ବେଳେ ପୋଲିସ ଅଟକାଇବାରୁ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ରେଣୁକା ଚୌଧୁରୀ । ଏହି ସମୟରେ ଏକ ପ୍ରକାର ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଫଳରେ ପୋଲିସ କର୍ମଚାରୀଙ୍କ ସାର୍ଟ କଲର ଟାଣି ଧରି ପକାଇଥିଲେ ରେଣୁକା । ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି । ଏହି ଭଙ୍ଗାରୁଜା ଘଟଣାରେ ୪ କଂଗ୍ରେସ କର୍ମୀ ଅଟକ ରହିଛନ୍ତି । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।
#WATCH | Telangana: Congress leader Renuka Chowdhury holds a Policeman by his collar while being taken away by other Police personnel during the party's protest in Hyderabad over ED summons to Rahul Gandhi. pic.twitter.com/PBqU7769LE
— ANI (@ANI) June 16, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)