Advertisment

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ଆଜି ତାଙ୍କୁ ଗଙ୍ଗା ରାମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress Interim President Sonia Gandhi Hospitalised

Congress Interim President Sonia Gandhi Hospitalised

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ଆଜି ତାଙ୍କୁ ଗଙ୍ଗା ରାମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। 

Advertisment

ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ହସ୍ପିଟାଲ୍‌ରେ ଅବଜର୍‌ଭେସନ ପାଇଁ ରହିବେ ବୋଲି କଂଗ୍ରେସ ନେତା ରଣଦୀପ ସିଂ ସୁର୍ଜେୱାଲା କହିଛନ୍ତି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପଜିଟିଭ ଚିହ୍ନଟ ହେବା ପରେ କଂଗ୍ରେସ ଅଧ୍ୟକ୍ଷା ଆଇସୋଲେସନରେ ରହିଥିଲେ। ଜ୍ୱର ଏବଂ ଅନ୍ୟ କିଛି ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

Sonia Gandhi Congress Interim President Sonia Gandhi Sonia Gandhi Health News
Advertisment
Advertisment