/odishatv-khabar/media/post_attachments/uploadimage/library/16_9/16_9_0/s_1697348848.jpg)
Congress Announced Candidates List Of 3 States Upcoming Assembly Elections
୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୫୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଛତିଶଗଡ଼ ପାଇଁ ୩୦ ଓ ମଧ୍ୟପ୍ରଦେଶ ପାଇଁ ୧୪୪ ଜଣିଆ ତାଲିକା ପ୍ରକାଶ ପାଇଛି ।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦୱାଡରୁ ନିର୍ବାଚନ ଲଢ଼ିବେ। ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପାଟନରୁ ଓ ଉପମୁଖ୍ୟମନ୍ତ୍ରୀ ଅମ୍ବିକାପୁରରୁ ଲଢ଼ିବେ।
ସୂଚନାଥାଉ କି, ନିକଟରେ ନିର୍ବାଚନ ଆୟୋଗ ଡିସେମ୍ବର ୩ ତାରିଖରେ ୫ ରାଜ୍ୟ ବିଧାନସଭା ଭୋଟ୍ ଗଣତି ହେବା ନେଇ ସୂଚନା ଦେଇଥିଲେ । ଏହାସହ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ତାରିଖ ଘୋଷଣା କରିଥିଲେ । ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ତାରିଖ ଘୋଷଣା କରାଯାଇଥିଲା ।
Congress releases a list of 55 candidates for the upcoming Telangana Assembly polls
Telangana Congress president Revanth Reddy to contest from Kodangal pic.twitter.com/pEZCXboCxx
— ANI (@ANI) October 15, 2023
କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଇଛି । ଅନ୍ୟ ସମସ୍ତ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ ।
ସେହିପରି ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଭୋଟ୍ ଗ୍ରହଣ ହେବ । ରାଜସ୍ଥାନରେ ନଭେମ୍ବର ୨୩ରେ ନିର୍ବାଚନ ହେବ ବୋଲି ସୂଚନା ଦିଆଯାଇଛି । ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ୍ ଗ୍ରହଣ କରାଯିବା ନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)