Advertisment

ମହଙ୍ଗା ମାଡ଼ ଭିତରେ ସାଧାରଣଜନତାଙ୍କୁ ବଡ଼ ଆଶ୍ୱସ୍ତି: ପୁଣି କମିଲା LPG ଗ୍ୟାସ୍‌ ଦାମ୍‌

ଆଜିଠୁ ଅର୍ଥାତ୍‌ ସେପ୍ଟେମ୍ବର ୧ରୁ LPG ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି। ତେବେ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Commercial LPG Cylinder Price Reduced

Commercial LPG Cylinder Price Reduced

ଦେଶରେ ମହଙ୍ଗା ମାଡ଼ ଭିତରେ ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜିଠୁ ଅର୍ଥାତ୍‌ ସେପ୍ଟେମ୍ବର ୧ରୁ LPG ସିଲିଣ୍ଡର(LPG Cylinders Price)ଦାମ୍‌ ହ୍ରାସ ପାଇଛି। କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୦୦ ଟଙ୍କା ହ୍ରାସ ପାଇଛି। ତେବେ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। 

Advertisment

ଦାମ୍‌ କମ୍‌ ପରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଅନେକ ସହରରେ ଶସ୍ତା ହୋଇଛି। ଏଣିକି ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ୯୧ ଟଙ୍କା ୫୦ ପଇସା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୬ ଟଙ୍କା ଶସ୍ତାରେ ମିଳିବ। 

ଜାଣନ୍ତୁ, କେଉଁଠି କେତେ ରହିଛି ସିଲିଣ୍ଡର ଦାମ୍‌...

ଆଜି ଦିଲ୍ଲୀରେ ୧୯ କିଲୋ LPG ସିଲିଣ୍ଡର ଦାମ୍‌ ୧,୯୭୬ ଟଙ୍କା ୫୦ ପଇସାରୁ ହ୍ରାସ ପାଇ ୧,୮୮୫ ଟଙ୍କା ହୋଇଛି। କୋଲକାତାରେ ଦାମ୍‌ ହ୍ରାସ ପାଇ ୧,୯୯୫ ଟଙ୍କା ହୋଇଛି। ପୂର୍ବରୁ ଏହି ଦାମ୍‌ ୨,୦୯୫ ଟଙ୍କା ଥିଲା। ମୁମ୍ବାଇରେ ସିଲିଣ୍ଡର ଦାମ୍‌ ୧,୮୪୪ ଟଙ୍କା ରହିଛି। 

Advertisment

ସୂଚନାଥାଉ କି, ଗତ ଜୁଲାଇ ୬ରୁ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍‌ ଏବେବି ପୂର୍ବ ଦାମ୍‌ରେ ଗ୍ରାହକ ଘରୋଇ ସିଲିଣ୍ଡର କିଣିପାରିବେ। ଇଣ୍ଡେନ୍‌ ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୧,୦୫୩ ଟଙ୍କା ଥିବାବେଳେ କୋଲକାତାରେ ୧,୦୭୯ ଟଙ୍କା, ମୁମ୍ବାଇରେ ୧,୦୫୨ ଟଙ୍କା, ଚେନ୍ନାଇରେ ୧,୦୬୮ ଟଙ୍କା ରହିଛି।

ଅଗଷ୍ଟ ୧ରେ ଦାମ୍‌ ହ୍ରାସ ପାଇଥିଲା...

ପ୍ରତ୍ୟେକ ମାସର ପହିଲାରେ ଗ୍ୟାସ୍‌ କମ୍ପାନୀ ଗୁଡ଼ିକ ସିଲିଣ୍ଡର ଦାମ୍‌ ସ୍ଥିର କରିଥାନ୍ତି। ଏହା ପୂର୍ବରୁ ଅଗଷ୍ଟ ୧ରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍ ହ୍ରାସ ପାଇଥିଲା। ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା ହ୍ରାସ ପାଇଥିଲା। 

LPG Cylinder LPG Price LPG Cylinder Price LPG Cylinder Price Cheaper
Advertisment
Advertisment