Advertisment

ମହଙ୍ଗା ଉପରେ ମହଙ୍ଗା ମାଡ଼: କଣ୍ଟ୍ରୋଲ ହେଉନି ପେଟ୍ରୋଲ, ଡିଜେଲ ଦର; ପୁଣି ବଢ଼ିଲା CNG ଦାମ୍‌

ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ସିଏନ୍‌ଜି ପର୍ଯ୍ୟନ୍ତ ସବୁର ଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ CNG(Compressed Natural Gas) ମଧ୍ୟ ମହଙ୍ଗା ହୋଇଛି।

author-image
Rajalaxmi Sahoo
CNG Price In Delhi Hiked Again

CNG Price In Delhi Hiked Again

ଆକାଶ ଛୁଆଁ ତେଲ ଦର। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ସିଏନ୍‌ଜି ପର୍ଯ୍ୟନ୍ତ ସବୁର ଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ CNG(Compressed Natural Gas) ମଧ୍ୟ ମହଙ୍ଗା ହୋଇଛି। ଦିଲ୍ଲୀରେ CNG ଦାମ୍‌ ପୁଣିଥରେ ବୃଦ୍ଧି ପାଇଛି। 

Advertisment

ଦିଲ୍ଲୀରେ CNG ଗ୍ୟାସ୍‌ ଦାମ୍‌ ପ୍ରତି କିଲୋକୁ ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ପରେ ଏବେ ଦିଲ୍ଲୀରେ CNG ଦାମ୍‌ ପ୍ରତି କିଲୋକୁ ୬୬ ଟଙ୍କା ୬୧ ପଇସାରେ ପହଞ୍ଚିଛି। ଗତ ୫ ଦିନରେ CNG ପ୍ରତି କିଲୋକୁ ୬ ଟଙ୍କା ୬୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇସାରିଲାଣି। ସେପଟେ ଗତ ୧୬ ଦିନ ଭିତରେ ୧୪ ଥର ପାଇଁ ବଢ଼ିଲାଣି ତେଲ ଦର। ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଗତ ୧୬ ଦିନ ମଧ୍ୟରେ ତୈଳ ଦର ଲିଟର ପ୍ରତି ୧୦ଟଙ୍କା ବୃଦ୍ଧି ପାଇସାରିଲାଣି। 

ଲଗାତାର ଭାବେ ତେଲ ଦର ବୃଦ୍ଧି ପାଉଥିବାରୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ୪ ମାସ ପରେ ଗତ ମାର୍ଚ୍ଚ ୨୨ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିଲା। ସେବେଠୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଗତବର୍ଷ ନଭେମ୍ବର ୪ଠୁ ଚଳିତ ବର୍ଷ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହାପରେ ମାର୍ଚ୍ଚ ୨୨ରେ ତୈଳ ଦର ଧୀରେ ଧୀରେ ବୃଦ୍ଧି ହୋଇଥିଲା। ଗତ ୧୬ ଦିନ ମଧ୍ୟରେ ତୈଳ ଦର ଲିଟର ପ୍ରତି ୧୦ଟଙ୍କା ବୃଦ୍ଧି ପାଇସାରିଲାଣି। 

Advertisment
Petrol Diesel Prices Petrol Diesel Prices Hiked Fuel Price Hike CNG Price
Advertisment
Advertisment