• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗୋଟିଏପଟେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଗତ କିଛିଦିନ ହେବ CNG ଦାମ୍‌ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିଲ୍ଲୀରେ CNG ଦାମ୍‌ ପ୍ରତି କିଲୋକୁ ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏବେ ସିଏନ୍‌ଜି ପ୍ରତି କିଲୋକୁ ୬୯ ଟଙ୍କା ୧୧ ପଇସା ହୋଇଛି। ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ CNG ପ୍ରତି କିଲୋକୁ ୭୧ ଟଙ୍କା ୬୭ ପଇସା ରହିଛି। 

ବୁଧବାର ମଧ୍ୟ ଦିଲ୍ଲୀରେ ସିଏନ୍‌ଜି ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା। ଅର୍ଥାତ୍‌ ଗତ ୨ ଦିନରେ CNG ପ୍ରତି କିଲୋକୁ ୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇସାରିଲାଣି। ଦିଲ୍ଲୀ ବ୍ୟତୀତ ନୋଏଡା, ଗ୍ରେଟର ନୋ,ଡା, ଗାଜିଆବାଦରେ ମଧ୍ୟ ଆଜି ସିଏନ୍‌ଜି ଦାମ୍‌ରେ ବୃଦ୍ଧି ଘଟିଛି। ଏହି ୩ ସହରରେ ସିଏନ୍‌ଜି ଦାମ୍‌ ବୃଦ୍ଧି ହୋଇ ପ୍ରତି କିଲୋକୁ ୭୧ ଟଙ୍କା ୬୭ ପଇସାରେ ପହଞ୍ଚି ଥିବାବେଳେ ଗୁରୁଗ୍ରାମରେ ୭୭ ଟଙ୍କା ୪୪ ପଇସା ରହିଛି। 

କାନପୁର, ହମିରପୁର ଓ ଫତେହପୁରରେ CNG ଦାମ୍‌ ପ୍ରତି କିଲୋକୁ ୮୦ ଟଙ୍କା ୯୦ ପଇସା ରହିଛି। ମୁମ୍ବାଇରେ ବୁଧବାର ଦିନ ସିଏନ୍‌ଜି ଦାମ୍‌ ପ୍ରତି କିଲୋକୁ ୭ ଟଙ୍କା ବୃଦ୍ଧି କରାଯାଇଥିଲା। ଗତ କିଛିଦିନ ହେବ ଦିଲ୍ଲୀରେ Indraprastha Gas Ltd (IGL) ପକ୍ଷରୁ ସିଏନ୍‌ଜି ଦାମ୍‌ ବଢ଼ା ଯାଉଥିବା ଦେଖିବାକୁ ମିଳିଛି।