Advertisment

ପୁଣି ଜନତାଙ୍କୁ ଆଶ୍ୱସ୍ତି: କମିଲା CNG, PNG ଦର...ଆଜି ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ଦର

ସିଏନ୍‌ଜି ଓ ପିଏନ୍‌ଜି ଦର ହ୍ରାସ ପାଇଥିବା ବେଳେ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ଜାଣନ୍ତୁ, କେଉଁ ସହରରେ କେତେ କମିବ ସିଏନ୍‌ଜି ଓ ପିଏନ୍‌ଜି ଦର...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CNG, PNG prices cut down

CNG, PNG prices cut down

ସିଏନ୍‌ଜି(CNG-Compressed Natural Gas) ଓ ପିଏନ୍‌ଜି( PNG-Piped Natural Gas) ଦର ହ୍ରାସ ପାଇଥିବା ବେଳେ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ଆଦାନୀ ଟୋଟାଲ୍‌ ଗ୍ୟାସ୍‌ ଲିମିଟେଡ୍‌ (ATGL) ସିଏନ୍‌ଜି ଦର ପ୍ରତି କିଲୋକୁ ୮ ଟଙ୍କା ୧୩ ପଇସା ହ୍ରାସ ପାଇ ଥିବାବେଳେ ପିଏନ୍‌ଜି ପ୍ରତି ଏସ୍‌ସିଏମ୍‌କୁ ୫ ଟଙ୍କା ୬ ପଇସା ହ୍ରାସ ପାଇଛି। ତେବେ ଆଜି ମଧ୍ୟରାତ୍ର ଅର୍ଥାତ୍‌ ରାତି ୧୨ଟାରୁ ନୂଆ ଦର ଲାଗୁ ହେବ। ଦର ହ୍ରାସ ପରେ ଦେଶର ବିଭିନ୍ନ ସହରରେ ସିଏନ୍‌ଜି ଓ ପିଏନ୍‌ଜି ଶସ୍ତା ହେବ ବୋଲି ଆଶା କରାଯାଉଛି। 

Advertisment

ଜାଣନ୍ତୁ, କେଉଁ ସହରରେ କେତେ କମିବ ସିଏନ୍‌ଜି ଓ ପିଏନ୍‌ଜି ଦର...

ଦିଲ୍ଲୀ- ଦିଲ୍ଲୀରେ ସିଏନ୍‌ଜି ଦର ୬ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ନୂଆ ଦର ଲାଗୁ ପରେ ପ୍ରତି କିଲୋକୁ ସିଏନ୍‌ଜି ଦର ୭୯ ଟଙ୍କା ୫୬ରୁ ୭୩ ଟଙ୍କା ୫୯ ପଇସାକୁ ହ୍ରାସ ପାଇବ। ସେହିପରି ପିଏନ୍‌ଜି ପ୍ରତି ଏସ୍‌ସିଏମ୍‌କୁ ୫୩ ଟଙ୍କା ୫୯ ପଇସାରୁ ୪୭ ଟଙ୍କା ୫୯ ପଇସାକୁ ହ୍ରାସ ପାଇବ। ଯାହାକି ୬ ଟଙ୍କା କମିବ। 

Advertisment

ମୁମ୍ବାଇ- ମୁମ୍ବାଇରେ ସିଏନ୍‌ଜି ଦର ପ୍ରତି କିଲୋକୁ ୮ ଟଙ୍କା ଶସ୍ତା ହୋଇଛି। ନୂଆ ଦର ଲାଗୁ ପରେ ପ୍ରତି କିଲୋକୁ ସିଏନ୍‌ଜି ଦର ୮୭ ଟଙ୍କାରୁ ୭୯ ଟଙ୍କାକୁ ହ୍ରାସ ପାଇବାକୁ ଥିବାବେଳେ ପିଏନ୍‌ଜି ଦର ହ୍ରାସ ପାଇ ପ୍ରତି ଏସ୍‌ସିଏମ୍‌କୁ ୫୪ ଟଙ୍କାରୁ ୪୯ ଟଙ୍କା ହେବ।

ବେଙ୍ଗାଲୁରୁ- ସେହିପରି ବେଙ୍ଗାଲୁରୁରେ ସିଏନ୍‌ଜି ପ୍ରତି କିଲୋକୁ ୬ ଟଙ୍କା ଶସ୍ତା ହୋଇ ଥିବାବେଳେ ପିଏନ୍‌ଜି ୬ ଟଙ୍କା ୫୦ ପଇସା ଶସ୍ତା ହୋଇଛି। ନୂଆ ଦର ଲାଗୁ  ଫଳରେ ସିଏନ୍‌ଜି ଦର ୮୩ ଟଙ୍କା ୫୦ ପଇସା ଓ ପିଏନ୍‌ଜି ୫୨ ଟଙ୍କା ହେବ ବୋଲି ଜଣାପଡ଼ିଛି। 

PNG Price Reduced CNG Price
Advertisment
Advertisment