• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ବୁଲିଲା ଯୋଗୀ ବୁଲଡୋଜର୍ । ଏଥର ବି ଟାର୍ଗେଟରେ ଜବରଦଖଲ । ତେବେ ଏଥର ବୁଲଡୋଜର ଅପରେସନକୁ ଚର୍ଚ୍ଚା ଜୋର୍ ଧରିବାର କାରଣ ହେଉଛି, ଗତକାଲି ଯାହାଙ୍କ ଜବରଦଖଲ ଉଚ୍ଛେଦ ହୋଇଛି, ସେ କିଛି ଦିନ ହେଲା ବିବାଦରେ ରହିଛନ୍ତି । ତାଙ୍କ ବିରୋଧରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗୀଙ୍କୁ ଖୋଜୁଛି ଉତ୍ତରପ୍ରଦେଶ ପୋଲିସ । ନୋଏଡ଼ା ଗ୍ରାଣ୍ଡ୍ ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କୁ ତାଙ୍କ ଗାଳିଗୁଲଜ ଓ ଦୁର୍ବବ୍ୟବହାରର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି  ।

ମହିଳାଙ୍କୁ ଦୁର୍ବ୍ୟବହାର ଓ ଅପଶବ୍ଦ ପ୍ରୟୋଗ କରି ଆସିଥିଲେ ବିବାଦ ଘେରକୁ ଆସିଥିଲେ ଶ୍ରୀକାନ୍ତ ତ୍ୟାଗୀ । ମହିଳାଙ୍କୁ ଅସଦାଚରଣର ଭିଡିଓ ଭାଇରାଲ୍ ହେବା ପରେ ଫେରାର୍ ଥିବା ଶ୍ରୀକାନ୍ତ ତ୍ୟାଗୀ ଦ୍ୱାରା କରାଯାଇଥିବା ଜବରଦଖଲକୁ ବୁଲ୍ଡୋଜର ଲଗାଇ ଉଚ୍ଛେଦ କରୁଛି ନୋଏଡ଼ା ପ୍ରଶାସନ । ସୋସାଇଟି ଭିତରେ ପ୍ରଥମେ ଜବରଦଖଲ କରି ନିର୍ମାଣ ଏବଂ ତା ପରେ ଅଧିକ ଜାଗା ନିଜ ଅକ୍ତିଆରକୁ ନେବା ପାଇଁ ଜୋର ଜବରଦସ୍ତ କିଛି ଗଛ ଲଗାଇବାକୁ କେନ୍ଦ୍ର କରି ମହିଳାଙ୍କ ସହ ଶ୍ରୀକାନ୍ତଙ୍କ ପାଟିତୁଣ୍ଡ ହୋଇଥିଲା । ଆଉ ସେହି ଜବରଦଖଲ ନିର୍ମାଣ ହିଁ ଗତକାଲି ମାଟିରେ ମିଶିଯାଇଛି । ଯୋଗୀ ସରକାର ନିର୍ଦ୍ଦେଶରେ ଗତକାଲି ରାତି ପାହିବା ଆଗରୁ ସେଠାରେ ପୋଲିସ ମୁତୟନ ହୋଇସାରିଥିଲା । ଆଉ ରାତି ପାହୁପାହୁ ପ୍ରଶାସନର ବୁଲଡୋଜର ଆସି ନିଜ କାମ କରିଥିଲା । ଏହି ସମୟରେ ଆପାର୍ଟମେଣ୍ଟ ବାସିନ୍ଦା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ମହିଳାଙ୍କୁ ଅସଦାଚରଣ, ଗାଳିଗୁଲଜ ଓ ଗୁଣ୍ଡାଗର୍ଦ୍ଦି ଅଭିଯୋଗରେ ଶ୍ରୀକାନ୍ତ ତ୍ୟାଗୀ ବିରୋଧରେ ମାମଲା ରୁଜୁ କରିଛି ନୋଏଡ଼ା ପୋଲିସ । ତାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର୍ ନିରୋଧୀ ‌ଆଇନରେ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ଜାତୀୟ ମହିଳା କମିଶନ ମଧ୍ୟ ଶ୍ରୀକାନ୍ତଙ୍କୁ ଗିରଫ କରିବାକୁ ଉତ୍ତରପ୍ରଦେଶ ଡିଜିପିକୁ ଚିଠି ଲେଖିଛନ୍ତି । ଏବେ ସେ ଫେରାର୍ ଥିବା ବେଳେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ପୋଲିସ । କାର୍ଯ୍ୟରେ ଅବହେଳା ପାଇଁ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଶ୍ରୀକାନ୍ତ ଏବେ ଉତ୍ତରାଖଣ୍ଡରେ ଲୁଚିଥିବା ଚର୍ଚ୍ଚା ହେଉଥିବା ବେଳେ, ସେ ଆତ୍ମସମର୍ପଣ ପାଇଁ ରାଜି ବୋଲି କୋର୍ଟକୁ ତାଙ୍କ ଓକିଲ ଜଣାଇଛନ୍ତି ।