Advertisment

ଗୁପଚୁପ୍‌ ପରେ ଏବେ ମୋମୋ ତିଆରି କଲେ ମମତା, ଦେଖନ୍ତୁ ଭିଡିଓ...

ମୋମୋ ଗଢ଼ିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

author-image
Otv Khabar Bureau
ଅଦ୍ୟତନ ହୋଇଛି
CM Mamata makes Momos after Pani Puri; Netizens applaud ‘simpicity'

CM Mamata makes Momos after Pani Puri; Netizens applaud ‘simpicity'

କାଲି ଗୁପଚୁପ୍‌ ଆଜି ମୋମୋ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିଆରି କରୁଛନ୍ତି ମୋମୋ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ମମତା ବାନାର୍ଜୀ ଦାର୍ଜିଲିଂର ଏକ ସ୍ଥାନୀୟ ଦୋକାନରେ ମୋମୋ ତିଆରି କରୁଥିବାର ଦେଖିବାକୁ ମିଳିଛି ।

Advertisment

ଭିଡିଓରେ ମମତା ଜଣେ ବୃଦ୍ଧ ମହିଳାଙ୍କ ଦୋକାନରେ ବସି ମୋମୋ ତିଆରି କରୁଛନ୍ତି । ତେବେ ଏହା ପୂର୍ବରୁ ଗତ ୧୨ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁପଚୁପ୍‌ ଖାଇବାକୁ ଦେଉଥିବା ସହ ଚା' ତିଆରି କରୁଥିବାର ଦେଖିବାକୁ ମିଳିଥିଲା । ସିଏମ ମମତା ବାନାର୍ଜୀଙ୍କର ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓ ସେୟାର କରିବାବେଳେ ଟିଏମସି କହିଛି, 'ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାର୍ଜିଲିଂରେ SHGs ଦ୍ୱାରା ପରିଚାଳିତ ଏକ ଖାଦ୍ୟ ଷ୍ଟଲ୍‌ରେ ପହଞ୍ଚିଥିଲେ। ମହିଳାମାନଙ୍କ କଠିନ ପରିଶ୍ରମ ପାଇଁ ସେମାନଙ୍କର ପ୍ରଶଂସା କରିବା ସହ ତାଙ୍କ ସହ ମିଶି ସେ ଦାର୍ଜିଲିଂର ପ୍ରିୟ ମୋମୋ ପ୍ରସ୍ତୁତିରେ ଯୋଗ ଦେଇଥିଲେ । ଏହାସହ ପିଲାମାନଙ୍କୁ ମମତା ସୁସ୍ୱାଦୁ ଗୁପଚୁପ୍‌ ମଧ୍ୟ ଖାଇବାକୁ ଦେଇଥିଲେ ।

ସିଏମ୍ ମମତା ବାନାର୍ଜୀ ଏବେ ଡାର୍ଜିଲିଂ ଗସ୍ତରେ ଅଛନ୍ତି । ଗୋରଖାଲାଣ୍ଡ ଟେରିଟୋରିଆଲ୍ ଆଡମିନିଷ୍ଟ୍ରେସନର ନୂତନ ନିର୍ବାଚିତ ବୋର୍ଡ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । ସେହି ଶପଥ ଗ୍ରହଣ ସମାରୋହରେ ଭାଗ ନେବାକୁ ମମତା ସେଠାକୁ ଯାଇଥିବା ଜଣାପଡିଛି । ଏହାପୂର୍ବରୁ, ଦିଘା ଠାରୁ କୋଲକାତା ଆସୁଥିବା ବେଳେ ମମତା ବାନାର୍ଜୀ ରାସ୍ତାରେ ଏକ ଷ୍ଟଲରେ ଚା’ ତିଆରି କରୁଥିବା ଦେଖିବାକୁ ମିଳିଥିଲା ​​ଏବଂ ବର୍ତ୍ତମାନ ସେ ମୋମୋ ତିଆରି କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ମମତା ଲୋକଙ୍କ ପାଇଁ ଚା’ ଓ ମୋମୋ ତିଆରି କରିଥିବାର ଭିଡିଓ ଭାଇରାଲ ହୋଇଥିଲା ।

Mamata Banerjee Momo Pani Puri
Advertisment
Advertisment