• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଦିବାସୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ୍‌ ଗତକାଲି ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଟପ୍ପରମାନଙ୍କୁ ହେଲିକପ୍ଟରରେ ଉଡ଼ାଣ ଭରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ରାଜ୍ୟରେ ୨୦୨୩ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଟପ୍ପର ହୋଇଥିବା ୮୯ ଜଣ ଛାତ୍ରଛାତ୍ରୀଙ୍କୁ ରାୟପୁରରେ ହେଲିକପ୍ଟରରେ ରାଇଡ୍‌ କରିବାର ସୁଯୋଗ ମିଳିଛି । ସ୍କୁଲ ଶିକ୍ଷା ମନ୍ତ୍ରୀ ପତାକା ଦେଖାଇବା ପରେ ହେଲିକପ୍ଟର ଉଡାଣ ଆରମ୍ଭ କରିଥିଲା । ସ୍ୱାମୀ ଆତ୍ମାନନ୍ଦ ମେଧାବୀ ଛାତ୍ର ପ୍ରୋତ୍ସାହତ ଯୋଜନା ଅନୁସାରେ ଗରିବ ପିଲାମାନେ ଏହି ସୁଯୋଗ ପାଇଛନ୍ତି ।

ପ୍ରଥମେ ସ୍କୁଲ ଶିକ୍ଷା ମନ୍ତ୍ରୀ ଡକ୍ଟର ପ୍ରେମସାଇ ସିଂ ପୋଲିସ ଗ୍ରାଉଣ୍ଡ ସ୍ଥିତ ହେଲିପ୍ୟାଡରେ ପହଞ୍ଚିଥିଲେ । ଆଉ ସେଠାରେ ମେଧା ଛାତ୍ରଛାତ୍ରୀମାନଙ୍କୁ ଭେଟି ସେମାନଙ୍କୁ ସମ୍ମାନିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଡକ୍ଟର କହିଛନ୍ତି, ଅଧ୍ୟୟନ ପ୍ରତି ଆପଣମାନଙ୍କ ଉତ୍ସର୍ଗୀକୃତ ଭାବନା ଦେଖି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ହେଲିକପ୍ଟରରେ ଉଡ଼ାଣ ଭରିବାର ଉପହାର ଦେଇଛନ୍ତି । ଆଗକୁ ମଧ୍ୟ ଏଭଳି ଅଧ୍ୟୟନ ଜାରି ରଖି ନୂତନ ଶିଖରରେ ପହଞ୍ଚିବା ପାଇଁ ସେ ପିଲାଙ୍କୁ କହିଥିଲେ ।

ତେବେ ହେଲିକପ୍ଟରରେ ଉଡ଼ାଣ ଭରିଥିବା ଛାତଛାତ୍ରୀମାନେ ତାଙ୍କର ଅନୁଭବ ବାଣ୍ଟିଛନ୍ତି । ଧମତରି ଜିଲ୍ଲାର ଗୀତାକାରଗୁଡ଼ାର ଦଶମ ଶ୍ରେଣୀ ଛାତ୍ରୀ ଦିପିକା ୭୮.୩୩ ପ୍ରତି ରଖି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ତାଙ୍କ ବାପାମା’ ଉଭୟ ଚାଷୀ । ଚାଷରୁ ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳେ । ସେ ସରକାରୀ ସ୍କୁଲରେ ପାଠ ପଢ଼ି ଦଶମ ଶ୍ରେଣୀରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ତେବେ ହେଲିକପ୍ଟରରେ ଉଡ଼ାଣ ଭରିବା ପରେ ସେ କହିଛନ୍ତି, ଆଜି ବହୁତ ଭଲ ଲାଗୁଛି । ମୁଁ ବହୁତ ଖୁସି ଅଛି । କେବେ ଚିନ୍ତା କିର ନଥିଲି ହେଲିକପ୍ଟରରେ ବସିବି... ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଆଜି ତାଙ୍କ ପାଇଁ ମୋର ସବୁ ସ୍ୱପ୍ନ ସଫଳ ହୋଇଛି । ସେହିପରି ଅନ୍ୟ ପିଲାମାନେ ମଧ୍ୟ ହେଲିକପ୍ଟରରେ ଉଡ଼ାଣ ଭରି ଖୁସି ବ୍ୟକ୍ତ କରିଛନ୍ତି ।