Advertisment

ଅମରନାଥରେ ବାଦଲ ଫଟା ବର୍ଷା, ୧୩ ମୃତ

ବର୍ଷା ସୁଅରେ କିଛି ତୀର୍ଥଯାତ୍ରୀ ଶିବିର ମଧ୍ୟ ଭାସି ଯାଇଥିବା ସୂଚନା ମିଳିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Cloud Burst in Amarnath

Cloud Burst in Amarnath

ପବିତ୍ର ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ। ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ ୧୩ ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ବହୁ ନିଖୋଜ। ଅମରନାଥ ଯାତ୍ରା ଚାଲିଥିବା ବେଳେ ଆଜି ପ୍ରାୟ ସଧ୍ୟା ସାଢେ ୫ଟା ବେଳେ ଗୁମ୍ଫା ପାଖାପାଖି ଅଞ୍ଚଳରେ ହଠାତ ବାଦଲ ଫଟା ବର୍ଷା ହୋଇଥିଲା। ତା ସହ ଭୁସ୍ଖଳନ ମଧ୍ୟ ହୋଇଥିଲା। ଫଳରେ ସୁ ସୁ ଗର୍ଜନ କରି ପାହାଡ଼ ଉପରୁ ଭାସି ଆସିଥିଲା ସମୁଦ୍ର ଭଳି ଢେଉ। ଏଥିରେ ଅନେକ ସଂଖ୍ୟାରେ ତୀର୍ଥଯାତ୍ରୀ ଭାସି ଯାଇଥିବା ଅନୁମାନ କରାଯାଉଛି।

Advertisment

ଏବେ ସୁଦ୍ଧା ପ୍ରାୟ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହୁରି ଅନେକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ଆହତମାନଙ୍କୁ ଉଦ୍ଧାର ଲାଗି ହେଲିକପ୍ଟରର ସହାୟତା ନିଆଯାଉଛି। ନିଖୋଜଙ୍କ ମଧ୍ୟରୁ କିଛି ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ପାଣି ସୁଅରେ ଗୁମ୍ଫା ନିକଟରେ ତୀର୍ଥଯାତ୍ରୀଙ୍କ ବହୁ ଆଶ୍ରୟ ସ୍ଥଳ ଭାସିଯାଇଛି। ଭୁସ୍ଖଳନ ୟୋଗୁଁ ତୀର୍ଥଯାତ୍ରୀମାନେ ଯାଆସ କରୁଥିବା ରାସ୍ତା ମଧ୍ୟ ଧୋଇ ଯାଇଛି। ତେବେ ବର୍ଷା ଟିକେ ଥମିବାରୁ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି କୋଭିଡ ପାଇଁ ଗତ ଦୁଇ ବର୍ଷ ଧରି ଅମରନାଥ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାଇଁ ଗତ ଜୁନ୍ ୩୦ରୁ ଯାତ୍ରା ଆରମ୍ଭ ହୋଇଥିଲା।

ଖରାପ ପାଗ ପାଇଁ ଏଇ ସପ୍ତାହ ଆରମ୍ଭରୁ ଯାତ୍ରାକୁ ସାମୟିକ ଭାବେ ରଦ୍ଦ କରଯାଇଥିଲା। ତେବେ ଆଜିର ଅଘଟଣ ପରେ ଆଜିଠୁ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି। ଅମରନାଥ ଯାତ୍ରା ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ଶେଷ ହେବାର ଥିଲା।

Amarnath Tragedy Cloud Burst
Advertisment
Advertisment