Group Clash
ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍କେର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଆଜି ମାଡ୍ରାସ ହାଇକୋର୍ଟ ଏଆଇଏଡିଏମକେର ଜେନେରାଲ କାଉନସିଲ୍ ବୈଠକ ପାଇଁ ସବୁଜ ସଙ୍କେତ ଦେବା ପରେ ପନିରସେଲଭମ୍ ଗୋଷ୍ଠୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ପାର୍ଟି କାର୍ଯ୍ୟାଳୟ ଆଗରେ ପୋଡାଜଳା କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି ।
ଇ.କେ. ପାଲାନିସ୍ୱାମୀଙ୍କ ପକ୍ଷରୁ ଆଜି ଜେନେରାଲ କାଉନସିଲ୍ ବୈଠକ ଡକାଇଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ପନିରସେଲଭମ ଗୋଷ୍ଠୀ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି କୋର୍ଟ ଜେନେରାଲ କାଉନସିଲ ବୈଠକ ପାଇଁ ଅନୁମତି ଦେଇଥିଲେ । ଏହାପରେ ପନିରସେଲଭମ୍ ଗୋଷ୍ଠୀ ଉତକ୍ଷିପ୍ତ ହୋଇ ଭଙ୍ଗାରୁଜା କରିଛନ୍ତି ।
ପନିରସେଲଭମ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଦାବି କରି ଆସୁଥିବା ବେଳେ ପାଲାନିସ୍ୱାମୀଙ୍କ ପାଖରେ ଅଧିକ ସଂଖ୍ୟାରେ ଦଳୀୟ କର୍ମୀଙ୍କ ସମର୍ଥନ ରହିଛି । ଉଭୟ ପନିରସେଲଭମ୍ ଓ ପାଲାନିସ୍ୱାମୀଙ୍କୁ ଏକାଠି କରିବାପାଇଁ ବାରମ୍ବାର ପ୍ରୟାସ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)