/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676862622.jpg)
Clash Erupts Between ABVP And JNU Students Union At JNU
ଦିଲ୍ଲୀ ଜେଏନ୍ୟୁରେ ପୁଣି ଛାତ୍ର ଅଶାନ୍ତି। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତକାଲି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ। ବାମପନ୍ଥୀ ସହ ଜଡ଼ିତ ଛାତ୍ର ଛତ୍ରପତି ଶିବାଜୀ ମହାରାଜଙ୍କ ଅପମାନ କରିଥିବା ଏବିଭିପି ସଂଗଠନର ଛାତ୍ର ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ, ବାମପନ୍ଥୀ ଶହ ଜଡ଼ିତ ଛାତ୍ର ସଂଗଠନ କହିଛି ଯେ, ଆଇଆଇଟି ବମ୍ବେର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶୋଭାଯାତ୍ରା ବାହାରି ଥିବାବେଳେ ଏବିଭିପିର ଛାତ୍ର ସେମାନଙ୍କୁ ଆକ୍ରମଣ କରିଥିଲେ।
ସେପଟେ ବାମପନ୍ଥୀ ଛାତ୍ରଙ୍କ ଏହି ଅଭିଯୋଗକୁ ଏବିଭିପି ପକ୍ଷରୁ ଖଣ୍ଡନ କରାଯାଇଛି। ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ କାର୍ଯ୍ୟକ୍ରମ ଚାଲିଥିବାବେଲେ ବାମପନ୍ଥୀ ଛାତ୍ର ସେଠାକୁ ଆସି ଛତ୍ରପତି ଶିବାଜୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି। ବାମପନ୍ଥୀ ଛାତ୍ର ସେଠାକୁ ଆସି ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିରୁ ଫୁଲମାଳ ବାହାର କରି ଦେଇଥିବା ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)