/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758013262.jpg)
civil servant arrested
ଅନିୟମିତତା ଅଭିଯୋଗରେ ଫସୁଛନ୍ତି ଜଣେ ପରେ ଜଣେ ଯୁବ ଅଧିକାରୀ । ଆସାମ ସିଭିଲ ସର୍ଭିସର ଅଧିକାରୀ ନୁପୁର ଭୋରାଙ୍କୁ ଗିରଫ କରାଯାଇଛି । ତାଙ୍କ ଘରୁ ୨ କୋଟି ଟଙ୍କା ଓ ସୁନା ଜବତ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭିଜିଲାନ୍ସ ସେଲ ପକ୍ଷରୁ ନୁପୁର ଭୋରାଙ୍କ ଗୌହାଟି ସ୍ଥିତ ଘରେ ରେଡ୍ କରାଯାଇଥିଲା । ଏହି ସମୟରେ ତାଙ୍କ ଘରୁ ୯୨ ଲକ୍ଷ ନଗଦ ଓ କୋଟିଏରୁ ଅଧିକ ଟଙ୍କାର ସୁନା ଜବତ ହୋଇଛି । ସେହିପରି ବାରପେଟାରେ ଥିବା ତାଙ୍କ ଭଡ଼ା ଘରୁ ୧୦ ଲକ୍ଷ ନଗଦ ଜବତ କରିଥିଲା ପୋଲିସ ।
Advertisment
ନୁପୁର ଗତ ୬ ମାସ ହେଲା ଦୁର୍ନୀତି ନିବାରଣ ବିଭାଗର ସର୍ଭେଲାନ୍ସରେ ଥିବା ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଜମି ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ଉପରେ ନଜର ରଖାଯାଇଥିଲା । ଏବେ ମାମଲା ତଦନ୍ତ ପରିସରଭୁକ୍ତ ରହିଛି । ନୁପୁର ଭୋରା ହେଉଛନ୍ତି ୨୦୧୯ ବ୍ୟାଚର ଆସାମ ସିଭିଲ ସର୍ଭିସ ଅଧିକାରୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)