Advertisment

ଚୀନ୍‌ କରିଥିଲା ପ୍ଲାନ୍‌, ହେଲେ ଗୁମର ଫିଟାଇ ଦେଲା ଆମେରିକା

ସ୍ୱତନ୍ତ୍ର ରଣନୀତି ଅନୁସାରେ ଚୀନ ଗତବର୍ଷ LACର ପୂର୍ବ ସେକ୍ଟର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ସ୍ୱଂୟଶାସିତ ଅଞ୍ଚଳ ମଧ୍ୟରେ ଥିବା ବିବାଦୀୟ ସ୍ଥାନରେ ୧୦୦ ଘର ବିଶିଷ୍ଟ ଏକ ବୃହତ ଗାଁ ନିର୍ମାଣ କରିଥିଲା ସୀମାରେ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ଭାରତୀୟ ଗଣମାଧ୍ୟମ ଏବଂ ଏଠାକାର ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ। ହେଲେ ଚୀନ୍ ଓଲଟା ଭାରତ ଉପରେ ଅଭିଯୋଗ ଆଣି ନୂଆଦିଲ୍ଲୀ ପକ୍ଷରୁ ସୀମାରେ ନିର୍ମାଣ କାର୍ଯ୍ୟ କରାଯାଉଥିବା କହିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
China Prepared For Border Tensions With India

China Prepared For Border Tensions With India

ନୂଆଦିଲ୍ଲୀ: ପଦାରେ ପଡ଼ିଲା ଚୀନର ଚାଲ୍। ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ନିଜ ଦାବିକୁ ଯଥାର୍ଥ ଦର୍ଶାଇବା ଲାଗି ଚୀନ୍ ଚଳାଇଥିବା ଯୋଜନାର ଗୁମର ଫିଟାଇଛି ଆମେରିକାର ପ୍ରତିରକ୍ଷା ବିଭାଗ। ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହ୍ରାସ କରିବା ଲାଗି ଭାରତ ଓ ଚୀନ ଉଭୟ କୂଟନୈତିକ ଓ ସାମିରକ ସ୍ତରରେ କଥାବାର୍ତ୍ତା ଚଳାଇଥିବା ବେଳେ ବେଜିଂ LACର ବିବାଦୀୟ ଅଞ୍ଚଳରେ ବେଆଇନ ନିର୍ମାଣ କରୁଛି।

Advertisment

ଆମେରିକାର ପ୍ରତିରକ୍ଷା ବିଭାଗ ଚୀନର ସାମିରକ କାର୍ଯ୍ୟକଳାପକୁ ନେଇ ପ୍ରସ୍ତୁତ କରିଥିବା ବାର୍ଷିକ ରିପୋର୍ଟରେ ଏହି ଉଦ୍‌ବେଗଜନକ ତଥ୍ୟ ଦିଆଯାଇଛି। ଆମେରିକୀୟ କଂଗ୍ରେସକୁ ପ୍ରଦାନ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି, ସ୍ୱତନ୍ତ୍ର ରଣନୀତି ଅନୁସାରେ ଚୀନ ଗତବର୍ଷ LACର ପୂର୍ବ ସେକ୍ଟର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ସ୍ୱଂୟଶାସିତ ଅଞ୍ଚଳ ମଧ୍ୟରେ ଥିବା ବିବାଦୀୟ ସ୍ଥାନରେ ୧୦୦ ଘର ବିଶିଷ୍ଟ ଏକ ବୃହତ ଗାଁ ନିର୍ମାଣ କରିଥିଲା।  

ସୀମାରେ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ଭାରତୀୟ ଗଣମାଧ୍ୟମ ଏବଂ ଏଠାକାର ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ। ହେଲେ ଚୀନ୍ ଓଲଟା ଭାରତ ଉପରେ ଅଭିଯୋଗ ଆଣି ନୂଆଦିଲ୍ଲୀ ପକ୍ଷରୁ ସୀମାରେ ନିର୍ମାଣ କାର୍ଯ୍ୟ କରାଯାଉଥିବା କହିଥିଲା।  

Advertisment

ଭାରତ ସରକାର ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ବୋଲି ଚୀନ କହିବା ସହ ଯେପର୍ଯ୍ୟନ୍ତ ନୂଆଦିଲ୍ଲୀ LACରୁ ସୈନ୍ୟ ପ୍ରତ୍ୟାହାର ନ କରିଛି ସେପର୍ଯ୍ୟନ୍ତ ସୀମାରୁ ହଟିବ ନାହିଁ ବୋଲି ଚୀନ କହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଆମେରିକା ପ୍ରତିରକ୍ଷା ବିଭାଗର ଏହି ରିପୋର୍ଟରେ ଗଲଓ୍ୱାନ ସଂଘର୍ଷ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।   

Border Tensions China
Advertisment
Advertisment