Advertisment

୪୮ ଘଣ୍ଟା ପରେ ବି ଉଦ୍ଧାର ହୋଇପାରିନି ରାହୁଲ ସାହୁ

୮୦ ଫୁଟ ଗଭୀର ଗାତ ଭିତରେ ଫସିରହିଛି ୧୦ ବର୍ଷର ରାହୁଲ। ୪୮ ଘଣ୍ଟା ହେଲା ଚାଲିଛି ଅପରେସନ୍। ଏଯାଏ ମିଳିନି ସଫଳତା।

author-image
Pramod Behera
Child in 80 feet deep Borewell

Child in 80 feet deep Borewell

୪୮ ଘଣ୍ଟାର ଅପରେସନ୍। ଲାଗିଛନ୍ତି ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍ ସହ ରୋବୋଟିକ୍ ଟିମ୍। ଖନନ କାମ ଚାଲିଛି ରାତିଦିନ। ନିୟୋଜିତ ହୋଇଛି ୪ଟି ପ୍ରୋକଲିନ୍, ଭାଇବ୍ରେଟର ସହ ୪ଟି ଜେସିବି। ତଥାପି ଉଦ୍ଧାର ହୋଇପାରିନି ରାହୁଲ ସାହୁ। ଆଜିକୁ ୩ଦିନ ହେଲା ୮୦ ଫୁଟ ଗଭୀର ଗାତ ଭିତରେ ଫସିରହିଛି ୧୦ ବର୍ଷର ରାହୁଲ।

Advertisment

ଅପରେସନ୍‌ରେ ପ୍ରତିବନ୍ଧକ ସାଜିଛି ମାଟି ଭିତରର ପଥର। ଫଳରେ ଖନନ ପ୍ରକ୍ରିୟାରରେ ବିଳମ୍ବ ହେଉଛି। ଯେଉଁ ବୋର୍‌ୱେଲ୍‌ରେ ରାହୁଲ ଫସିରହିଛି, ସେଠାରୁ କିଛି ଦୂରରେ ସମାନ୍ତରାଳ ଭାବେ ବର୍ତ୍ତମାନ ସୁଦ୍ଧା ୫୦ ଫୁଟ ଗଭୀର ଗାତ ଖୋଳାଗଲାଣି। ଖନନ ବେଳେ ପଥର ପଡ଼ିବାରୁ ରାୟପୁରରୁ ହେଭି ମେସିନାରୀ ସହ ରକ୍ ବ୍ରେକ୍‌ର ଅଣାଯାଇଛି।

ଏପରିକି ଗୁଜରାଟରୁ ଏକ ରୋବୋଟିମ୍ ଟିମ୍ ବି ନିୟୋଜିତ ଅଛି। ଆଉ କିଛି ଦୂର ଖନନ ପରେ ଆରମ୍ଭ ହେବ ଟନେଲ୍ ଖୋଳିବା ପ୍ରକ୍ରିୟା। ୧୫ ଫୁଟ୍‌ର ଟନେଲ୍ ଖନନ ପରେ ହିଁ ଶିଶୁକୁ ଯେମିତି ସୁରକ୍ଷିତ ଉଦ୍ଧାର କରାଯାଇପାରିବ, ସେଥିପାଇଁ ଅତି ସାବଧାନତାର ସହ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି, ଅପରେସନ୍‌ରେ ସାମିଲ ଥିବା ଏନ୍‌ଡିଆର୍‌ଏଫର ଜଣେ ଅଧିକାରୀ।

Advertisment

ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଖେଳୁ ଖେଳୁ ବୋର୍‌ୱେଲ୍ ପାଇଁ ବାପା ଖୋଳିଥିବା ଗାତରେ ଗଳିପଡ଼ିଲା ରାହୁଲ। ଆଶ୍ୱସ୍ତିକର କଥା ହେଉଛି, ଅଘଟଣର ୨ ଦିନ ପରେ ବି ରାହୁଲ ସୁରକ୍ଷିତ ରହିଛିବୋଲି କୁହାଯାଉଛି। ରାହୁଲ ଜଣେ ଅଟିଜିମ୍ ଶିଶୁ। ଭଲରେ ସେ କଥା କହିପାରେନି। ତେଣୁ କେବଳ ଯାହା ମୁଣ୍ଡ ହାତ ହଲାଇବା ଦେଖାଯାଉଛି କ୍ୟାମେରାରେ। କିନ୍ତୁ ସେ କୌଣସି ଇସାରା କରୁନି। ମଝିରେ ମଝିରେ ହାଲିଆ ହୋଇ ଘୁମେଇ ପଡୁଛି।

ଆଜି ସକାଳେ ରାହୁଲକୁ ଖାଇବା ପାଇଁ କଦଳୀ ଦିଆଯାଇଛି। ତା’ସହ ନିୟମିତ ବ୍ୟବଧାନରେ ଓଆର୍‌ଏସ୍ ପାଣି ମଧ୍ୟ ପଠାଯାଉଛି। ଖାଦ୍ୟପେୟ ଗ୍ରହଣ କରୁଥିବାରୁ ରାହୁଲ ସୁସ୍ଥ ଥିବା ଆଶା କରାଯାଉଛି। ଏପରିକି ପାଇପ୍ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଯାଉଛି। ରାହୁଲର ସ୍ୱାସ୍ଥ୍ୟବସ୍ଥା ଅନୁଧାନ ପାଇଁ ଡାକ୍ତର ବି ଉପସ୍ଥିତ ଥିବା କହିଛନ୍ତି ଏନ୍‌ଡିଆର୍‌ଏଫ୍‌ ଅଧିକାରୀ ମହାବୀର ମହାନ୍ତି ।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ରାହୁଲ ସାହୁକୁ ଉଦ୍ଧାର ପାଇଁ ଛତିଶଗଡ଼ ପୋଲିସ ସହ ୧୨୦ ଯବାନଙ୍କୁ ନିୟୋଜିତ କରାଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟୁଇଟ୍ କରାଯାଇଛି। ଏହାବ୍ୟତୀତ ୩୨ ଏନ୍‌ଡିଆର୍‌ଏଫ୍, ୧୫ ଏସ୍‌ଡିଆର୍‌ଏଫ୍ ଏବଂ ସେନା ଯବାନ ମୁତୟନ ହୋଇଛନ୍ତି।

Rescue Operation
Advertisment
Advertisment