Sweet Revolution
ମହୁ ଚାଷ ବଦଳାଇ ଦେଇଛି ଜୀବନର ମୋଡ଼ । ରୋଜଗାରର ମାଧ୍ୟମ ପାଲଟିଛି ମହୁ ଚାଷ । ମହୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ପ୍ରାୟ ୨୦ ଜଣ ଚାଷୀ । ଆଉ ସବୁଠୁ ବଡ଼ କଥା ହେଉଛି ପୂରା ଜୈବିକ ପ୍ରକ୍ରିୟାରେ ଏହି ମହୁ ଚାଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଛତିଶଗଡ଼ର କୋରିୟା ଜିଲ୍ଲାର କିଛି ଚାଷୀ।
ତେବେ ଏହା କିନ୍ତୁ କୌଣସି ଯନ୍ତ୍ର ଦ୍ୱାରା ନୁହେଁ ବରଂ ଇଟାଲୀୟ ମହୁମାଛି ଓ ସ୍ଥାନୀୟ ଚାଷୀଙ୍କ କଠିନ ପରିଶ୍ରମ ଦ୍ୱାରା ଏହା ସମ୍ଭବ ହୋଇଛି । ଯାହାଫଳରେ ‘ସୋନାହାନି’ ନାମକ ଏକ ଶୁଦ୍ଧ ଓ ଜୈବିକ ମହୁ ବ୍ରାଣ୍ଡ ସୃଷ୍ଟି ହୋଇଛି । ଏହି ବ୍ରାଣ୍ଡ ଏବେ କେବଳ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିନାହିଁ, ବରଂ ଗ୍ରାମୀଣ ଜୀବିକାକୁ ମଧ୍ୟ ସଶକ୍ତ କରୁଛି।
ଅଧିକ ପଢ଼ନ୍ତୁ: ପୁଅର ଦ୍ୱାଦଶ ରେଜଲ୍ଟ ଶୁଣି ବାପା ଦେଲେ ଏମିତି ପ୍ରତିକ୍ରିୟା; ଇଣ୍ଟରନେଟରେ ପ୍ରଶଂସାର ସୁଅ
ତେବେ ଏହି ରୂପାନ୍ତରକାରୀ ଯାତ୍ରା ଆରମ୍ଭ ହୋଇଥିଲା ୨୦୨୪ ଡିସେମ୍ବରରେ । କୋରିୟା ଜିଲ୍ଲାର ଜିଲ୍ଲାପାଳ ଚନ୍ଦନ ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ଓ ସ୍ଥାନୀୟ ଚାଷୀଙ୍କ ମିଳିତ ସହଯୋଗରେ ଏହି ମହୁ ଉତ୍ପାଦନ ପ୍ରକଳ୍ପ ଆରମ୍ଭ କରିଥିଲେ । ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ୨୦ ଜଣ ଚାଷୀଙ୍କୁ ହରିୟାଣାର କୁରୁକ୍ଷେତ୍ରସ୍ଥିତ ଇଣ୍ଟିଗ୍ରେଟେଡ୍ ବିକିପିଂ ଡେଭଲପମେଣ୍ଟ ସେଣ୍ଟରକୁ ତାଲିମ ପାଇଁ ପଠାଯାଇଥିଲା ।
ତେବେ ଏହି ଚାଷୀଙ୍କୁ ବାଛିବା ପ୍ରକ୍ରିୟା ସହଜ ନଥିଲା । କେଭିକେ ଫୁଲର ଉପଲବ୍ଧତା, ଜୈବିକ ଚାଷ କ୍ଷେତ୍ର ଓ ଚାଷୀଙ୍କ ଆଗ୍ରହକୁ ବିଚାରକୁ ନେଇ କ୍ଷେତ୍ର ସର୍ବେକ୍ଷଣ କରିଥିଲା । ତାଲିମ ପରେ ପ୍ରତ୍ୟେକ ଚାଷୀଙ୍କୁ ୨୫ଟି ମହୁମାଛି ବାକ୍ସ ଦିଆଯାଇଥିଲା । ଯେଉଁଥିରେ ଝାଡ଼ଖଣ୍ଡରୁ ଆମଦାନି କରାଯାଇଥିବା ଇଟାଲୀୟ ମହୁମାଛି ରହିଥିଲା । ଏହି ମହୁମାଛିମାନେ ଅଧିକ ମହୁ ଉତ୍ପାଦନ ଓ ଉଚ୍ଚ ଗୁଣବତ୍ତା ପାଇଁ ଜଣାଶୁଣା । ‘ସୋନାହାନି’ ଏକ ଶତପ୍ରତିଶତ ଜୈବିକ ଉତ୍ପାଦ । ଏଥିରେ କୌଣସି ରାସାୟନିକ ପଦାର୍ଥ, ଚିନି କିମ୍ବା ଅନ୍ୟ କିଛି ମିଶ୍ରଣ କରାଯାଇନଥାଏ । ଏହା କେବଳ ଏକ ମହୁ ନୁହେଁ, ବରଂ କୋରିୟାର ଗ୍ରାମୀଣ ଚାଷୀଙ୍କ ସ୍ୱପ୍ନ ଓ ସଂଘର୍ଷର ଏକ ମିଠା ପ୍ରତୀକ ।
ତେବେ ଫୁଲ ଉପରେ ନିର୍ଭର କରି ଏହି ମହୁର ରଙ୍ଗ ଏବଂ ସ୍ୱାଦ ଭିନ୍ନ ହୋଇଥାଏ । ଯେମିତି କି କମଳା ଫୁଲରୁ ହାଲୁକା ମହୁ ଏବଂ ଜଙ୍ଗଲୀ ଫୁଲରୁ ଗାଢ଼ ରଙ୍ଗର ମହୁ ମିଳିଥାଏ । ପ୍ରତି ମହୁମାଛି ବକ୍ସରୁ ହାରାହାରି ବାର୍ଷିକ ୩୦ରୁ ୫୦ କିଲୋଗ୍ରାମ ପର୍ଯ୍ୟନ୍ତ ମହୁ ଉତ୍ପାଦନ ହୋଇଥାଏ ।
ଛତିଶଗଡ଼ର କୋରିୟା ଜିଲ୍ଲା ପୂର୍ବରୁ ଜୈବିକ ଚାଷ ପାଇଁ ଖ୍ୟାତି ଅର୍ଜନ କରିଛି । ଏହାର ପ୍ରଦୂଷଣମୁକ୍ତ ବାତାବରଣ ମହୁମାଛି ପାଳନ ପାଇଁ ଏକ ଉତ୍ତମ ପରିବେଶ ପ୍ରଦାନ କରିଥାଏ । ବରିଷ୍ଠ କୃଷି ବୈଜ୍ଞାନିକ କମଲେଶ ସିଂହଙ୍କ ଅନୁଯାୟୀ, ଅକ୍ଟୋବର-ମାର୍ଚ୍ଚ ସମୟ ମହୁମାଛି ପାଳନ କାର୍ଯ୍ୟକଳାପ ପାଇଁ ଉପଯୁକ୍ତ ଅଟେ ।
ଚାଷୀମାନଙ୍କୁ ମହୁ ସଂଗ୍ରହ ପାଇଁ ମେସିନ ମଧ୍ୟ ମିଳିଛି । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପ୍ୟାକେଜିଂ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯାହା ଅତିରିକ୍ତ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିଛି । ସ୍ଥାନୀୟ ବଜାରରେ ୩୦୦ ଗ୍ରାମ ସୋନାହାନି ମହୁର ଏକ ଜାରର ମୂଲ୍ୟ ୧୭୫ ଟଙ୍କା । ଡିସେମ୍ବର ୨୦୨୪ ରୁ ଜାନୁଆରୀ ୨୦୨୫, ପ୍ରଥମ ଦୁଇ ମାସ ମଧ୍ୟରେ ଚାଷୀମାନେ ସ୍ଥାନୀୟ ବଜାର ଏବଂ ବିହାନ ମେଳାରେ ପ୍ରାୟ ୩୦ ହଜାର ଟଙ୍କାର ମହୁ ବିକ୍ରି କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747408572.jpg)