Advertisment

‘ସାତଜନ୍ମର ସାଥୀ ତ ନାହାନ୍ତି, ତାଙ୍କୁ ଛାଡ଼ି ବଞ୍ଚିବି କେମିତି? ମତେ ବି ଜୁଇରେ ଜାଳିଦିଅ’

‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଜଣେ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ପତ୍ନୀଙ୍କ ଏପରି ବୁକୁଫଟା ଚିତ୍କାର ଶୁଣିବାକୁ ମିଳୁଥିଲା।

author-image
Manoranjan Behera
ଅଦ୍ୟତନ ହୋଇଛି
Funeral

Funeral

ସହିଦ ସ୍ୱାମୀର ଜୁଇ ଉପରେ ଶୋଇ ପଡ଼ିଲେ ସ୍ତ୍ରୀ । ସ୍ୱାମୀର ମୃତ୍ୟୁରେ ସ୍ତ୍ରୀ ଏତେ ମ୍ରିୟମାଣ ହୋଇ ପଡ଼ିଥିଲେ ଯେ, ସେ ନିଜ ଜୀବନ ହାରିବାକୁ ବସିଥିଲେ । ପରେ ଅବଶ୍ୟ ତାଙ୍କୁ ଜୁଇରୁ ଉଠାଇ ଆଣିଥିଲେ ସଂପର୍କୀୟ ଓ ସ୍ଥାନୀୟ ଲୋକେ ।

Advertisment

ଛତିଶଗଡ଼ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଦନ୍ତେୱାଡ଼ାର ରାଜୁ କରତାମଙ୍କ ଆଜି ଶେଷକୃତ୍ୟ କରାଯାଉଥିଲା । ପାର୍ଥିବ ଶରୀରର ଦାହ ସଂସ୍କାର ପାଇଁ ଯେତେବେଳେ ଜୁଇ ସଜାଡ଼ି ସେଥିରେ ମୁଖାଗ୍ନି ଦେବାକୁ ସମୟ ହେଲା, ସେତେବେଳେ ହଠାତ ସହିଦଙ୍କ ପତ୍ନୀ ଜୁଇ ଉପରେ ଶୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

ଦୁଃଖରେ ମ୍ରିୟମାଣ ହୋଇ ସହିଦ ରାଜୁ କରତାମଙ୍କ ପତ୍ନୀ କହିଛନ୍ତି ଯେ, ‘ସ୍ୱାମୀ ନାହାନ୍ତି, ଆଉ ଏ ଜୀବନ ରଖି ଲାଭ କ’ଣ । ମତେ ବି ସାଙ୍ଗରେ ନେଇଯାଅ’ । ଏହା କହି ସେ ଜୋରରେ କାନ୍ଦିବାକୁ ଲାଗିଲେ । ସେଠାରେ ସୃଷ୍ଟି ହୋଇଥିଲା ଏକ କରୁଣ ଭାବବିହ୍ୱଳ ପରିବେଶ । ଏହି ଦୃଶ୍ୟ ଦେଖି ସମସ୍ତେ କାନ୍ଦି ପକାଇଥିଲେ । ଶେଷରେ ବହୁ ସୁଝା ସୁଝା ପରେ କୌଣସି ପ୍ରକାରେ ଯବାନଙ୍କ ପତ୍ନୀଙ୍କୁ ଜୁଇରୁ ହଟାଯାଇଥିଲା। ଏହା ପରେ ହିଁ ରାଜୁଙ୍କ ଦାହ ସଂସ୍କାର ହୋଇପାରିଥିଲା ।

Advertisment

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲଙ୍କ ଭୟଙ୍କର ଆଇଇଡି ବିସ୍ଫୋରଣରେ ୧୦ ପୁଲିସ୍‌ କର୍ମଚାରୀ ଓ ସେମାନେ ଯାଉଥିବା ଭଡ଼ା ଗାଡ଼ିର ଡ୍ରାଇଭର ପ୍ରାଣ ହରାଇଥିଲେ। ରାଜ୍ୟର ରାଜଧାନୀ ରାୟପୁରଠାରୁ ୪୫୦ କିମି ଦୂରରେ ଏହି ହମଲା ହୋଇଥିଲା। ନକ୍ସଲ ଦମନ ଅଭିଯାନରୁ ଡିଆରଜି ଯବାନମାନେ ଫେରୁଥିବା ବେଳେ ଏପରି ହମଲାରେ ବଳିଦାନ ଦେଇଥିଲେ।

Naxal Attack Naxal Attack In Chhattisgarh Chhattisgarh Naxal Attack Funeral Martyred
Advertisment
Advertisment