• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛତିଶଗଡ଼ରେ ବୋରୱେଲରେ ବାଳକ ଖସିପଡ଼ିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରେସ୍କ୍ୟୁ ଟିମ୍‌ ଠାରୁ ଆଉ ମାତ୍ର ୮ ଇଞ୍ଚ ଦୂରରେ ଅଛି ରାହୁଲ । ଜାଞ୍ଜଗିରି ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରେସ୍କ୍ୟୁ ଟିମ୍ ଓ ରାହୁଲ ମଧ୍ୟରେ ଥିବା ଶେଷ ପଥରଟି ଖୋଳା ଚାଲିତିବାର ଶୁଣିବାକୁ ମିଳିଛି
ସିଧା ରାହୁଲ ପାଖରେ ପହଞ୍ଚିବାକୁ ଆଉ ୮ ଇଞ୍ଚ ପଥର ଖୋଳିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ଯଦି ସିଧା କିଛି ଅସୁବିଧା ହୁଏ, ତେବେ ତେର୍ଛାରେ ଦେଢ଼ ଫୁଟ ଖୋଳାଯିବ ବୋଲି କୁହାଯାଉଛି । ପଥର ଖୋଳାରେ ସୁବିଧା ପାଇଁ VLC କ୍ୟାମେରା ଲଗାଯିବ । VLC କ୍ୟାମେରା ବା ଭିିମ ଲୋକେସନ କ୍ୟାମେରା ଲଗାଯିବ । VLC କ୍ୟାମେରା ଦ୍ୱାରା ପଥର ଆରପଟର ଶବ୍ଦ ଶୁଣାଯାଇପାରିବ ।

ତେବେ ଗତ ପାଞ୍ଚ ଦିନ ଧରି ରାହୁଲ ୮୦ ଫୁଟ୍‌ର ବୋରେୱଲରେ ଫସି ରହିଛି ରାହୁଲ । ଛତିଶଗଡ଼ର ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ଫିରିଡ଼ ଗାଁରେ ରାହୁଲ ସାହୁଙ୍କୁ ୮୦ ଫୁଟ ଗଭୀର ଗର୍ତ୍ତ ଭିତରୁ ଉଦ୍ଧାର କରିବା ପାଇଁ ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌, ସେନା ଓ ଜିଲ୍ଲା ପ୍ରଶାସନ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ।  ଆଜି ସକାଳୁ ବି ଉଦ୍ଧାର କାର୍ଯ୍ୟ ଚାଲିଛି । ପଥର କଟା ଜାରି ରହିଛି। ତେବେ ପିଲାଟିକୁ ଯେପରି କିଛି କ୍ଷତି ନ ପହଞ୍ଚେ ସେଥିଲାଗି ସତର୍କତାର ସହ ପଥର କଟିଂ କରାଯାଉଛି । ମେଡିକାଲ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛି । ଖୁବଶୀଘ୍ର ରାହୁଲକୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରିବ ବୋଲି ସୂଚନା ମିଳିଛି।