• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆସନ୍ତା ଅଗଷ୍ଟରେ ଚନ୍ଦ୍ରଯାନ-୩କୁ ମହାକାଶ ପ୍ରେରଣ କରାଯିବ

  • ଉତକ୍ଷେପଣ ଲାଗି ଜୋରଦାର ପ୍ରସ୍ତୁତି

ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ପୁଣି ପ୍ରୟାସ କରିବ ଇସ୍ରୋ । ୨୦୧୯ ଚନ୍ଦ୍ରଯାନ-୨ର ବିଫଳତାକୁ ପଛରେ ପକାଇ ଇତିହାସ ସୃଷ୍ଟି ଲାଗି ପୁଣି ଏକଜୁଟ୍ ଇସ୍ରୋର ବୈଜ୍ଞାନିକ । ଆସନ୍ତା ଅଗଷ୍ଟରେ ଚନ୍ଦ୍ରଯାନ-୩କୁ ମହାକାଶ ପ୍ରେରଣ କରାଯିବ । ଏଥିରେ ପଠାଯିବାକୁ ଥିବା ରୋଭର ଓ ଲ୍ୟାଣ୍ଡର ଠିକ୍ ସେଇ ସ୍ଥାନରେ ଅବତରଣ କରିବେ, ଯେଉଁଠି ବିକ୍ରମ ଲ୍ୟାଣ୍ଡରକୁ ଅବତରଣ ଲାଗି ଉଦ୍ୟମ କରାଯାଇଥିଲା । ମିଶନକୁ ସଫଳ କରିବା ଲାଗି ଇସ୍ରୋ ବୈଜ୍ଞାନିକମାନେ ଅତି ସତର୍କତାର ସହ ପ୍ରତିଟି ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି । ଯଦି ଏହା ସଫଳ ହୁଏ ତେବେ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଇସ୍ରୋ ପାଇଁ ଏକ ବିରାଟ ଉପଲବ୍ଧି ହେବ ।

ଇସ୍ରୋର ଚନ୍ଦ୍ର ବିଜୟ ଅଭିଯାନ । ଜହ୍ନଁମାମୁର ମାଟି ଛୁଇଁବାକୁ ଦ୍ୱିତୀୟ ଉଦ୍ୟମ କରିବେ ଭାରତୀୟ ବୈଜ୍ଞାନିକ । ଆସନ୍ତା ଅଗଷ୍ଟ ମାସରେ ମହାକାଶ ଯାତ୍ରା କରିବ ଚନ୍ଦ୍ରଯାନ-ଥ୍ରୀ ଦେଶର ସବୁଠାରୁ ଓଜନିଆ ରକେଟ୍ GSLV MK3 ଜରିଆରେ ଏହି ଉତକ୍ଷେପଣ ହେବ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଲାଗି ଉଦ୍ୟମ କରିବ ଚନ୍ଦ୍ରଯାନ-୩ରେ ପଠାଯିବାକୁ ଥିବା ଲ୍ୟାଣ୍ଡର । ଚନ୍ଦ୍ରଯାନ-ଟୁରେ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ଯେଉଁସ୍ଥାନରେ ଅବତରଣ କରିଥିଲା, ଠିକ୍ ସେଇ ସ୍ଥାନକୁ ଲ୍ୟାଣ୍ଡିଂ ସାଇଟ୍ ଭାବେ ନିରୂପଣ କରାଯାଇଛି । ଚନ୍ଦ୍ରଯାନ-ଥ୍ରୀ ଉତକ୍ଷେପଣ ଲାଗି ଜୋରଦାର ପ୍ରସ୍ତୁତି ଜାରି ରହିଛି । ମିଶନକୁ ସଫଳ କରିବା ଲାଗି ଇସ୍ରୋ ବୈଜ୍ଞାନିକମାନେ ଅତି ସତର୍କତାର ସହ ପ୍ରତିଟି ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ।

ପୂର୍ବରୁ ୨୦୧୯ ଜୁଲାଇରେ ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଅବତରଣ ଲାଗି ଉଦ୍ୟମ କରିଥିଲେ ଇସ୍ରୋ ବୌଜ୍ଞାନିକ । ତେବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସ ବା ସୂକ୍ଷ୍ମ ଲ୍ୟାଣ୍ଡିଂରେ ବିଫଳ ହୋଇଥିଲା । ଠିକ୍ ସମୟରେ ଗତି ନିୟନ୍ତ୍ରଣ କରାଯାଇନପାରିବାରୁ ଚନ୍ଦ୍ର ପୃଷ୍ଠରେ ପିଟି ହୋଇଯାଇଥିଲା ଲ୍ୟାଣ୍ଡର ବିକ୍ରମ । ତେବେ ଏହି ମିଶନରେ ପଠାଯାଇଥିବା ଅର୍ବିଟର ଏବେବି ଚନ୍ଦ୍ର ଚାରିପାଖରେ ପରିକ୍ରମଣ କରିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇ ଚାଲିଛି । ଅନ୍ୟପକ୍ଷରେ ଚନ୍ଦ୍ରଯାନ-ଥ୍ରୀର ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ଇସ୍ରୋ ବୈଜ୍ଞାନିକ । ଚନ୍ଦ୍ରଯାନରେ-ଟୁରେ ଥିବା ତ୍ରୁଟି ସଜାଡି ଏହି ମିଶନକୁ ସଫଳ କରିବା ଲାଗି ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି । ଯଦି ମିଶନ ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ ମହାକାଶଯାନ ଅବତରଣ କରିବାରେ ଋଷିଆ, ଆମେରିକା ଓ ଚୀନ୍ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର ।

କୋଭିଡ୍ ସଂକ୍ରମଣ କାରଣରୁ ଦୁଇ ବର୍ଷର ବିଭ୍ରାଟ ପରେ ନିଜ ମହାକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଲାଗି ଉଦ୍ୟମ କରୁଛି ଇସ୍ରୋ । ୨୦୨୦ରେ ଗୋଟିକ ପରେ ଗୋଟିଏ ସାଟେଲାଇଟ ଲଞ୍ଚ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କିଛି ନୂଆ ଓ କିଛି ପୁରୁଣା କାର୍ଯ୍ୟକ୍ରମକୁ ନେଇ ଚଳିତ ବର୍ଷ ଇସ୍ରୋ ପାଇଁ ବେଶ ବ୍ୟସ୍ତବହୁଳ ରହିବ । ନୂଆ ଅଧ୍ୟକ୍ଷ ଏସ୍ ସୋମନାଥଙ୍କ ନେତୃତ୍ୱରେ ନିଜ ମହାକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଲାଗି ଇସ୍ରୋର ଉଦ୍ୟମ ଚାଲିଛି ।

ଏହି କ୍ରମରେ ୨୦୨୨ରେ ଅନେକଗୁଡିଏ ଯୋଜନା ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଗାମୀ ୩ ମାସରେ ୫ଟି ସାଟେଲାଇଟ ଲଞ୍ଚ ପାଇଁ ଲକ୍ଷ୍ୟ ରକ୍ଷା ଯାଇଛି । ଚଳିତ ମାସରେ ପିଏସଏଲଭି C-52 ରକେଟ୍ ସାହାଯ୍ୟରେ ରିସାଟ୍-1A ମହାକାଶ ପ୍ରେରଣ କରାଯିବ । ସେହିପରି ମାର୍ଚ୍ଚ ମାସରେ ଓସନସାଟ୍-୩, ଆଇଏନଏସ-2B ଏବଂ ଆନନ୍ଦ ସାଟେଲାଇଟକୁ ନେଇ ମହାକାଶ ଯିବ ପିଏସଏଲଭି C-53 ରକେଟ୍ । ଦୁଇଟି ଆର୍ଥ ଅବଜର୍ବେସନ ସାଟେଲାଇଟ୍ EOS-4 ଏବଂ EOS-6ର ଲଞ୍ଚ ପାଇଁ ବି ଯୋଜନା ରହିଛି । ଅନ୍ୟପକ୍ଷରେ ଆଦିତ୍ୟ L1, XpoSat, IRNSS ଟେକ୍ନୋଲୋଜିର ପରୀକ୍ଷଣ ଲାଗି ଇସ୍ରୋ କାଯର୍ୟସୂଚୀ ପ୍ରସ୍ତୁତ କରିଛି ।

୨୦୨୨ରେ ଇସ୍ରୋର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲର । ପ୍ରଥମ ଉତକ୍ଷେପଣ କ୍ଷୁଦ୍ର ସାଟେଲାଇଟଗୁଡିକୁ ଲଞ୍ଚ କରିବା ଲାଗି ଏହି ରକଟର ସହାୟତା ନିଆଯିବ । କମ୍ ଖର୍ଚ୍ଚରେ ଅଧିକ ଲାଭ ଆଶାରେ ଏହି ରକେଟକୁ ପ୍ରସ୍ତୁତ କରାଯାଇଛି । କାରଣ ପିଏସଏଲଭି ଲଞ୍ଚ ଲାଗି ୬ଶହ ବୈଜ୍ଞାନିକଙ୍କୁ ୨ ମାସରୁ ଅଧିକ ସମୟ ଲାଗୁଥିବା ବେଳେ ମାତ୍ର ୬ ଜଣିଆ ଟିମ୍ ଏକ ସପ୍ତାହ ସମୟ ମଧ୍ୟରେ SSLV ଉତକ୍ଷେପଣ ପ୍ରସ୍ତୁତି ସାରି ପାରିବେ ।

ବିଶ୍ୱର ଅନେକ ରାଷ୍ଟ୍ର ଛୋଟ ଛୋଟ ସାଟେଲାଇଟ ମହାକାଶ ପଟାଇବାକୁ ଚାହୁଁଥିବାରୁ SSLV ରକେଟ୍ ବେଶ ଉପଯୋଗୀ ହେବ । ଅନ୍ୟପକ୍ଷରେ ଏହି ଲଞ୍ଚ ଲାଗି ଖର୍ଚ୍ଚ କମ୍ ହେଉଥିବାରୁ ଆମେରିକା, ଋଷ ସମେତ ୟୁରୋପୀୟ ସଂଘ ରେ ଏହାର ଚାହିଦା ଅଧିକ ରହିବ । ଶ୍ରୀହରିକୋଟ୍ଟାରୁ SSLVର ପ୍ରଥମ ଉତକ୍ଷେପଣ କରାଯିବ । ତେବେ ଏଧରଣର ରକେଟ୍ ଲଞ୍ଚ ଲାଗି ତାମିଲନାଡୁର କୁଳଶେଖରପତ୍ତନମରେ ଏକ ସ୍ୱତନ୍ତ୍ର ଲଞ୍ଚ ଷ୍ଟେସନ ନିର୍ମାଣ କରାଯାଉଛି । ତେଣେ ୨୦୨୩ରେ ଗଗନଯାନ ମାଧ୍ୟମରେ ପ୍ରଥମ ମାନବ ମିଶନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଚଳିତ ବର୍ଷ ଦୁଇଟି ମାନବବିହୀନ ମିଶନର ଯୋଜନା କରିଛି ଇସ୍ରୋ ।