Advertisment

ଆଉ ମାତ୍ର ୨ ସପ୍ତାହର ଅପେକ୍ଷା...ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରେ ଚନ୍ଦ୍ରୟାନ-୩

ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩। ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଚନ୍ଦ୍ରୟାନ କ୍ରମଶଃ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି।

ଅଦ୍ୟତନ ହୋଇଛି
Chandrayaan 3 Landing On August 23

Chandrayaan 3 is now 170km away from the moon, likely to land on August 23

Advertisment

ଆଉ ମାତ୍ର ୨ ସପ୍ତାହର ଅପେକ୍ଷା। ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩। ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଚନ୍ଦ୍ରୟାନ କ୍ରମଶଃ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି। ଆଜି ଏହାର କକ୍ଷପଥକୁ ଆହୁରି ହ୍ରାସ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତ ରବିବାର ଏହାର ପ୍ରଥମ କକ୍ଷହ୍ରାସ ହୋଇଥିଲା। ଏବେ ଚନ୍ଦ୍ରୟାନ ଏକ ଅଣ୍ଡାକୃତି କକ୍ଷପଥରେ ଗତି କରୁଛି। ଚନ୍ଦ୍ରପୃଷ୍ଠରୁ ଏହାର ସର୍ବନିମ୍ନ ଦୂରତା ୧୭୦ କିଲୋମିଟର ଏବଂ ସର୍ବୋଚ୍ଚ ଦୂରତା ୪ ହଜାର ୩୧୩ କିଲୋମିଟର ରହିଛି।

ଅଧିକ ପଢ଼ନ୍ତୁ: ସଫଳତା ଦିଗରେ ଚନ୍ଦ୍ରୟାନ-୩; ସାମ୍‌ନାକୁ ଆସିଲା ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ

Advertisment

ଆଜି ଦିନ ୧ଟାରୁ ୨ଟା ମଧ୍ୟରେ ପୁଣି କକ୍ଷପଥ ହ୍ରାସ ହେଲେ ଏହି ଦୂରତା ଆହୁରି ହ୍ରାସ ପାଇବ। ଆଉ ପ୍ରାୟ ୨-୩ ଥର କକ୍ଷପଥ ହ୍ରାସ ବା ଗତିପଥ ସଂକୁଚିତ କରିବା ପରେ ଅଗଷ୍ଟ ୧୮-୧୯ ଆଡକୁ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରେ ଚନ୍ଦ୍ରକୁ ପରିକ୍ରମା କରିବ।

ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍‌ ହେଲା ଫଟୋ

Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ