• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତାବର୍ଷ ଜୁନ୍ ଆଡକୁ ଚନ୍ଦ୍ରାୟଣ-୩ ମିଶନ ପାଇଁ ଯୋଜନା ରଖିଛି ଇସ୍ରୋ । ଚନ୍ଦ୍ରାୟଣ ପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ସରିଛି । ଜୁନ୍ ବେଳକୁ ସବୁ କିଛି ଠିକଠାକ୍ ହୋଇଯାଇଥିବା କହିଛନ୍ତି ଇସ୍ରୋ ଚେୟାରମ୍ୟାନ୍ ଏସ. ସୋମନାଥ । ଶେଷ ଇଣ୍ଟିଗ୍ରେସନ ଏବଂ ଟେଷ୍ଟିଂ ସରିଛି, ହେଲେ ଆଉ କିଛି ପରୀକ୍ଷା ନିରୀକ୍ଷା ବାକି ରହିଛି । ତେଣୁ ଆଉ ଅଳ୍ପ କିଛି ମାସ ପରେ ଏହା ସମ୍ପୂର୍ଣ୍ଣ ପ୍ରସ୍ତତ ହୋଇଯାଇଥିବ ।

ପରୀକ୍ଷା ପାଇଁ ଫେବୃୟାରୀ କିମ୍ବା ଜୁନ୍ ପାଇଁ ଦୁଇଟି ସ୍ଲଟ୍ ରହିଛି । ହେଲେ ଜୁନ୍ ହିଁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଚନ୍ଦ୍ରାୟଣ-୨ ମିଶନ୍ ଫେଲ୍ ମାରିଥିବାରୁ ଚନ୍ଦ୍ରାୟଣ-୩ ମିଶନରେ ଅନେକ ପରିବର୍ତ୍ତନ ଅଣାଯାଇଛି । ୨୦୧୯ ସେମ୍ବେରରେ ଚନ୍ଦ୍ରାୟଣ-୨ ମିଶନରେ ଲ୍ୟାଣ୍ଡର ରୋଭର ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିଲା । ଫଳରେ ଏହି ମିଶନକୁ ଶକ୍ତ ଧକ୍କା ଲାଗିଥିଲା । ତେଣୁ ସି-୩ ବର୍ତ୍ତମାନ ପ୍ରସ୍ତୁତ ସରିଛି, ଏହା ସି-୨ ଭଳି ନୁହେଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ସି-୨ ଭଳି ଏଥର ରୋଭର ରହିଛି, ହେଲେ ସି-୩ ରୋଭର ବୈଶିଷ୍ଟ ସି-୨ ଠାରୁ ଅଲଗା ରହିଛି । ତେଣୁ ଏଥିର କିଛି ସମସ୍ୟା ରହିବନି ।