/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712158405.jpg)
Chandrachur Goswami
ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରୁ ଆସିଛି ଏକ ବଡ଼ ଖବର । ଅଖିଳ ଭାରତ ହିନ୍ଦୁ ମହାସଭା ନାଁରେ ଜଣେ ବ୍ୟକ୍ତି ଟଙ୍କା ଆଦାୟ କରୁଥିବା କହିଛନ୍ତି ସଂଗଠନର ରାଜ୍ୟ ମୁଖ୍ୟ । ଆଜ୍ଞା ହଁ ଆମେ କହୁଛୁ, ପଶ୍ଚିମବଙ୍ଗ ଯାଦବପୁର ଲୋକସଭା ନିର୍ବାଚନ ମଣ୍ଡଳି କଥା । ସେଠାରେ ଡାକ୍ତର ଚନ୍ଦ୍ରଚୁଡ଼ ଗୋସ୍ୱାମୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ସେ ଜାଦବପୁର ଲୋକସଭା ଆସନରେ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପ୍ରାର୍ଥୀ ହେଉଥିବା କଥା ଚର୍ଚ୍ଚା ହେଉଥିଲା । ଏବେ ସେହି ଚର୍ଚ୍ଚା ଉପରେ ଲାଗିଛି ବିରାମ ।
ଖୋଦ ସଂଗଠନର ରାଜ୍ୟ ମୁଖ୍ୟ ସ୍ୱାମୀ ସୁନ୍ଦର ଗିରି ମହାରାଜ କହିଛନ୍ତି, ସଂଗଠନ ପକ୍ଷରୁ ଯାଦବପୁର ଲୋକସଭା ପାଇଁ କୌଣସି ପ୍ରାର୍ଥୀ ଦିଆଯାଇନାହିଁ । ଯିଏ ଏଭଳି ପ୍ରଚାର କରୁଛି ସେ ଜଣେ ଠକ । ସେ ତାଙ୍କ ବ୍ୟକ୍ତିଗତ ଫାଇଦା ପାଇଁ ସଂଗଠନ ନାଁରେ ଟଙ୍କା ସଂଗ୍ରହ କରିଛନ୍ତି ।
ସେ ୨୦୨୨ ମସିହାରେ ସଂଗଠନର ଏକ୍ଜିକ୍ୟୁଟିଭ୍ ସଭାପତି ଥିଲେ । କିନ୍ତୁ ଏବେ ସେ ନାହାନ୍ତି ।
ଏକ ଭିଡିଓ ବାର୍ତ୍ତା ଜାରି କରି ସେ ସୁନ୍ଦର ଗିରି ମହାରାଜ ଏଭଳି କହିଛନ୍ତି । ସେହି ଭିଡିଓରେ ସେ କହିଛନ୍ତି ଗୋସ୍ୱାମୀଙ୍କୁ ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ ସେ ସନାତନ ଧର୍ମ ଓ ସଂଗଠନ ନିୟମ ବାହାରେ ଯାଇ କାମ କରୁଥିଲେ । ସେ ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରୁଥିଲେ । ଏମିତିକି ସଂଗଠନ ନାଁରେ ସେ ଦୁର୍ଗା ପୂଜା ସମୟରେ ନିଜର ମିଛ ପରିଚୟ ଦେଇ ବିଭିନ୍ନ ଅନୁଷ୍ଠାନଠାରୁ ଟଙ୍କା ଆଦାୟ କରିଥିଲେ । ଭିଡିଓ ବାର୍ତ୍ତାରେ କିଛି ଲୋକ ପଛରୁ ବିଜେପି ବିରୋଧରେ ନାରା ଦେଉଥିବା ଶୁଣିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)