ବିଜେପିରେ ଯୋଗଦେବେ ଚମ୍ପାଇ ସୋରେନ୍; ସୋସିଆଲ ମିଡିଆରେ ସୂଚନା ଦେଲେ ହିମନ୍ତ...

ଆସନ୍ତା ୩୦ ତାରିଖରେ ଚମ୍ପାଇ ସୋରେନ୍ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି । 

Champai Soren

ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପର୍ବତନ ମୁଖ୍ୟମନ୍ତ୍ରୀ ତଥା JMM ନେତା ଚମ୍ପାଇ ସୋରେନ୍ । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ବଶର୍ମା । ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି । 

ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ । ଚମ୍ପାଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଆସନ୍ତା ୩୦ ତାରିଖରେ ରାଞ୍ଚିରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଭୁଶୁଡୁଛି ଗଡ଼, ଆସନ ଟଳମଳ!! ତୀବ୍ର ହେଉଛି ସରକାର ବିରୋଧୀ ସ୍ୱର, ଛାନିଆ ପଶ୍ଚିମବଙ୍ଗ ସରକାର

ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ବେଳେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ । ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ । ଏହାପରେ JMMରେ ବିବାଦ ଦେଖାଦେଇଥିଲା ।

ଅଧିକ ପଢ଼ନ୍ତୁ: ତେଜୁଛି 'ସୁଭଦ୍ରା' ପଲିଟିକ୍ସ; ନବୀନଙ୍କ ସମାଲୋଚନାର ଜବାବ ଦେଲେ ପ୍ରଭାତୀ