• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଦଳିବ ରାଜଧାନୀ ନୂଆଦିଲ୍ଲୀ ରାଜପଥର ନାଁ । ରାଜପଥ ବଦଳରେ ଏହା ନାଁ ହେବ କର୍ତ୍ତବ୍ୟପଥ । ନେତାଜୀଙ୍କ ପ୍ରତିମୂର୍ତ୍ତି ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପୁରା ଅଞ୍ଚଳର ନାଁ ରଖାଯିବ କର୍ତ୍ତବ୍ୟ ପଥ । ସେପ୍ଟେମ୍ବର ୭ ତାରିଖରେ ନୂଆଦିଲ୍ଲୀ ମହାନଗର ନିଗମର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାଁ ‘କର୍ତ୍ତବ୍ୟ ପଥ’ ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇ ଏହାକୁ ପାରିତ କରାଯିବ। ତା’ପରେ ନାଁ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି ।

ଗତ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ, ବ୍ରିଟିଶ ଶାସନର କୌଣସି ଚିହ୍ନବର୍ଣ୍ଣ ନୂଆ ଭାରତରେ ରହିବ ନାହିଁ ।  ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଅଞ୍ଚଳର ରାସ୍ତାର ନାଁ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ଏହି ରାସ୍ତାର ନାଁ ‘ରେସ୍‌ କୋର୍ସ ରୋଡ୍’ ଥିବା ବେଳେ ଏବେ ରଖାଯାଇଛି ‘ଲୋକ କଲ୍ୟାଣ ମାର୍ଗ’। ନୌସେନାର ପତାକା ମଧ୍ୟ ବଦଳିଛି । ତା ସହିତ ଏବେ ପାର୍ଲାମେଣ୍ଟ ଅଞ୍ଚଳ ପାଇଛି ନୂଆ ସେଣ୍ଟ୍ରାଲ ଭିଷ୍ଟାର ରୂପ ।

ରାଜପଥର ମଧ୍ୟ ନବୀକରଣ ହୋଇଛି । ଲାଲ ଗ୍ରାନାଇଟ ପଥର ଲଗାଯିବା ସହିତ ଚାରିଆଡ଼େ ରହିଛି ସବୁଜ ବନାନୀ । ଭେଣ୍ଡିଂ ଜୋନ ସହିତ ପାର୍କିଂ ଜୋନ, ୧୬ଟି ରାଜ୍ୟର ଫୁଡ୍ ଷ୍ଟଲ, ଟୟଲେଟ୍ ଆଦି ନିର୍ମିତ ହୋଇଛି । ଏହା ହେଉଛି ସେଣ୍ଟ୍ରାଲ ଭିଷ୍ଟ୍ରା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ । ଆସନ୍ତା ସପ୍ତାହରେ ଏହି ଅଞ୍ଚଳ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଜଣାପଡ଼ିଛି ।