• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କଠୋର ହେଲା କେନ୍ଦ୍ର । ଏଣିକି ଧାର୍ଯ୍ୟ ସମୟରେ ଘର ନହେଲେ ଲାଗିବ ଜରିମାନା । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟଙ୍କୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି । ଚଳିତ ମାସ ୧୨ ତାରିଖରେ ଏହି ଚିଠି ପ୍ରଦାନ କରାଯାଇଛି । ଯେଉଁଥିରେ ଅକ୍ଟୋବର ୧ ତାରିଖରୁ ଜରିମାନା ରାଶି ଲାଗୁ ହେବ ବୋଲି ଲେଖାଯାଇଛି ।

ଆବାସ ମଞ୍ଜୁରି ପର ଠାରୁ ଆବଣ୍ଟନ ଯଦି ଗୋଟିଏ ମାସରୁ ଅଧିକ ବିଳମ୍ବ ହୁଏ, ତେବେ ରାଜ୍ୟ ସରକାରଙ୍କୁ ୧୦ ଟଙ୍କାର ଜରିମାନା ଦେବାକୁ ହେବ । ଏହାପରେ ପ୍ରତି ମାସର ବିଳମ୍ବ ପାଇଁ ମାସକୁ ୨୦ ଟଙ୍କା ଜରିମାନା ଦେବାକୁ ପଡିବ । ଯଦି ଆବାସ ନିର୍ମାଣ ପାଇଁ କେନ୍ଦ୍ରର ପାଣ୍ଠି ଉପଲବ୍ଧ ହେଉନାହିଁ, ତାହେଲେ ରାଜ୍ୟମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯିବ ନାହିଁ । ଏହି ଯୋଜନାର ଲକ୍ଷ୍ୟ ହାସଲ କରିବାରେ କିଛି ରାଜ୍ୟ ପଛରେ ରହିଥିବା ପରିପ୍ରେକ୍ଷୀରେ କେନ୍ଦ୍ରର ଏଭଳି କଠୋର ଆଭିମୁଖ୍ୟ ଆଗକୁ ଅଡୁଆ ବଢାଇପାରେ ।

ଗୃହ ଏବଂ ସହରାଞ୍ଚଳ ଗରିବଙ୍କୁ ଘର ଯୋଗାଇବା ଲକ୍ଷ୍ୟରେ ଏପ୍ରିଲ ୨୦୧୬ରୁ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।  ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଏହି ଅଭିଯାନର ଲକ୍ଷ୍ୟ ଥିଲା ।  ହେଲେ କରୋନା ମହାମାରୀ ପାଇଁ ସମୟସୀମାକୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା ।