Advertisment

୫ ଦେଶରେ କୋଭିଡ୍‌ ବିସ୍ଫୋରଣ ପରେ ଭାରତ ଆଲର୍ଟ, ସବୁ ରାଜ୍ୟକୁ ମିଳିଲା ଏମିତି ନିର୍ଦ୍ଦେଶ...

ଚୀନ୍, ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ବିଶେଷ କରି ଚୀନରେ କୋଭିଡ ସ୍ଥିତି ଅତି ସାଂଘାତିକ ରହିଛି।

ଅଦ୍ୟତନ ହୋଇଛି
Covid Alert In India

Centre Covid alert, tells states to ramp up genome sequencing

Advertisment

ଚୀନ୍ ଓ ଜାପାନରେ କୋଭିଡ୍ ବିସ୍ଫୋରଣକୁ ଦେଖି ଭାରତ ସରକାର ସତର୍କ ହୋଇଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଷ ଭୂଷଣ। ଏଥିରେ ଜିନୋମ୍‌ ସିକ୍ୟୁଏନ୍ସିଂ ବଢ଼ାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଚୀନ୍, ଆମେରିକା ଓ ଜାପାନରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ସଠିକ୍‌ ସମୟରେ ନୂଆ ଭାରିଏଣ୍ଟ ଚିହ୍ନଟ ପାଇଁ ଜିନୋମ୍‌ ସିକ୍ୟୁଏନ୍ସିଂ ବୃଦ୍ଧି କରିବାକୁ ବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଥିଲେ ବି ବିଶ୍ୱରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ହେବ ବୋଲି କୁହାଯାଇଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭ୍ୟ, ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଦେଶରେ କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିବେ।

ଅଧିକ ପଢ଼ନ୍ତୁ: ବିଶେଷଜ୍ଞଙ୍କ ଚେତାବନୀ : ଚୀନର ୬୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବେ

Advertisment

ଚୀନ୍, ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷ କରି ଚୀନରେ କୋଭିଡ ସ୍ଥିତି ଅତି ସାଂଘାତିକ ରହିଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ୍‌କୁ ଠିକ୍‌ ସମୟରେ ଚିହ୍ନଟ କରିବାକୁ ହେଲେ, ଏଥିପାଇଁ ଜିନୋମ୍‌ ସିକ୍ୟୁଏନ୍ସିଂ ଜରୁରୀ। ରାଜ୍ୟ ଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଇବେ। ଏହାସହ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି। 

ସୂଚନାଥାଉ କି, ଚୀନରେ ପୁଣି କୋଭିଡ୍ ବିସ୍ଫୋରଣ । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚୀନର କରୋନା ସ୍ଥିତି ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ପ୍ରତିଦିନ ବେଜିଂ କ୍ରିମେସନ୍ ସେଣ୍ଟର ଅର୍ଥାତ୍‌ ଶବଦାହ କେନ୍ଦ୍ରକୁ ୨ ଶହରୁ ଅଧିକ ମୃତଦେହ ଆସୁଛି, ଯାହା ସ୍ୱାଭାବିକ ଦିନରେ ୩୦ରୁ ୪୦ ଥିଲା । କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଏପରି ପରିସ୍ଥିତି ଯଦି ଚୀନରେ ଲାଗି ରୁହେ ତାହେଲେ ଆଗାମୀ ୯୦ ଦିନରେ ଚୀନର ୬୦ ପ୍ରତିଶତ ଓ ସାରା ବିଶ୍ୱର ୧୦ ପ୍ରତିଶତ ଜନସଂଖ୍ୟା କରୋନାରେ ଆକ୍ରାନ୍ତ ହେବେ ।

Advertisment
Coronavirus COVID19 Coronavirus In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ