• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

UPSC ଲେଟେରାଲ୍ ଏଣ୍ଟ୍ରି ବିଜ୍ଞାପନକୁ ନେଇ ବିବାଦ ତେଜିବା ପରେ ନିଷ୍ପତ୍ତିରେ ଲାଗିଛି ରୋକ । ଆଜି UPSC ପକ୍ଷରୁ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତିକୁ ଫେରାଇ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଯୁଗ୍ମ ସଚିବ ଓ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଳାୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ନେଇ UPSC ପକ୍ଷରୁ ବିଜ୍ଞପ୍ତି ବାହାରିଥିଲା । ଏଭଳି ୪୫ଟି ନିଯୁକ୍ତି ବାହାରିବା ପରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଏହାକୁ ନେଇ ଘମାଘୋଟ ରାଜନୀତି ତେଜିବା ପରେ ୟୁଟର୍ଣ୍ଣ ନେଇଛନ୍ତି କେନ୍ଦ୍ର ସରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now