Advertisment

କୋଭିଡ୍‌ ମୁକାବିଲା: ନାଜାଲ୍‌ ଭ୍ୟାକ୍‌ସିନ୍‌କୁ ମିଳିଲା ଅନୁମତି

ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍‌ ଭ୍ୟାକ୍‌ସିନ୍‌କୁ ଅନୁମତି ମିଳିଛି। ବୁଷ୍ଟର ଡୋଜ୍ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ଅନୁମତି ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
Centre Approves Nasal Vaccine Against Covid-19

Centre Approves Nasal Vaccine Against Covid-19

Advertisment

ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍‌ ଭ୍ୟାକ୍‌ସିନ୍‌କୁ ଅନୁମତି ମିଳିଛି। ବୁଷ୍ଟର ଡୋଜ୍ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ଅନୁମତି ପ୍ରଦାନ କରିଛନ୍ତି। ଆଜିଠାରୁ କୋୱିନ୍‌ ଆପ୍‌ରେ ଉପଲ୍ଲବ୍ଧ ହେବା ନେଇ ସୂଚନା ମିଳିଛି। ୧ମ ପର୍ଯ୍ୟାୟରେ ଘରୋଇ ହସ୍ପିଟାଲରେ ନାଜାଲ୍ ଭ୍ୟାକ୍‌ସିନ୍‌ ମିଳିବ। 

Advertisment

ଅନ୍ୟପକ୍ଷେ, ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି। ଦେଶର କୋଭିଡ ସ୍ଥିତି ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ। ଅପରାହ୍ନ ୩ଟାରେ ଏହି ବୈଠକ ହେବ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯିବ। ଚୀନରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।

ଅଧିକ ପଢ଼ନ୍ତୁ: ଚୀନ୍‌ରେ କୋଭିଡ ସ୍ଥିତି ଭୟଙ୍କର, ଭାରତକୁ ସତର୍କ ଘଣ୍ଟି ! ଓଡ଼ିଶାରେ ବି ଚୀନ୍‌ ଭାଇରସ..

Advertisment

ସାମାଜିକ ଦୂରତା, ମାସ୍କ, ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ପାଳନ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁତ୍ୱ ଦେଇଛି।  

ସେପଟେ ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ଆସିବ ନୂଆ କୋଭିଡ୍ ଗାଇଡ୍‌ଲାଇନ୍‌। କୋଭିଡ୍ ସ୍ଥିତି ସମୀକ୍ଷା କରି ଗାଇଡଲାଇନ୍ କରିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଆଜି ଭର୍ଚ୍ଚୁଆଲ୍‌ରେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

Advertisment
Coronavirus COVID19 Nasal Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ