/odishatv-khabar/media/post_attachments/uploadimage/library/16_9/16_9_0/EPFO__1690191345.jpg)
EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ଫଳରେ କର୍ମଚାରୀମାନେ ଲାଭ ପାଇପାରିବେ । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା । ବର୍ତ୍ତମାନ ଏହାକୁ ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଜୁଲାଇ ୨୪ରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଧାରା ୬୦(୧) ଆଧାରରେ ଗୃହୀତ ହୋଇଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ମାର୍ଚ୍ଚ ୨୮ରେ EPFO ସୁଧହାର ୮.୫ ପ୍ରତିଶତ ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବର୍ଷ ୨୦୨୧-୨୨ ପାଇଁ EPFO ଉପରେ ସୁଧହାର ୮.୧ ପ୍ରତିଶତ ରହିଥିଲା । ସରକାରଙ୍କ ଅନୁମୋଦନ ମିଳିବା ପରେ କର୍ମଚାରୀଙ୍କ EPFO ଖାତାରେ ସୁଧ ରାଶି ଜମାହେବ । ୨୦୨୨-୨୩ ବର୍ଷ ପାଇଁ ଲାଗୁ ହୋଇଥିବା ଏହି ସୁଧ ୫ କୋଟିରୁ ଅଧିକ କର୍ମଚାରୀ ଲାଭ ପାଇବେ ବୋଲି ଜଣାପଡିଛି ।
ଜଣେ କର୍ମଚାରୀଙ୍କ ଚାକିରି ସମୟର ବଡ଼ ପୁଞ୍ଜି ହେଉଛି EPFO । ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ହେଉଛି ଜଣେ ଚାକିରି କରୁଥିବା ବ୍ୟକ୍ତିଙ୍କ ସଞ୍ଚୟ କରିବାର ଏକ ବଡ଼ ପଦ୍ଧତି । EPFO ମାଧ୍ୟମରେ ସଞ୍ଚୟ କରାଯାଇଥିବା ଅର୍ଥ ଲୋକଙ୍କ ଅତ୍ୟନ୍ତ ଦରକାରୀ ସମୟରେ ଆସିଥାଏ । ଯାହା କି ବିପଦ ସମୟରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତିବର୍ଷ PF ପାଣ୍ଠିରେ ରଖାଯାଥିବା ଟଙ୍କା ଉପରେ ସୁଧ ମଧ୍ୟ ଆସିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)