/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655011243.jpg)
Top Fashion Designer Found Dead In Hyderabad Home
ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ବାଥରୁମ୍ରୁ ମିଳିଛି। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ବାଥରୁମ୍ ଭିତରୁ ପ୍ରତ୍ୟୁଷାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ଏହି ଘଟଣା ଘଟିଛି।
ପୋଲିସ୍ ସୂଚନା ଅନୁସାରେ, ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରତ୍ୟୁଷାତାଙ୍କ ମୃତଦେହ ବାଥରୁମ୍ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ଓସ୍ମାନିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପ୍ରତ୍ୟୁଷାଙ୍କ ବେଡ୍ରୁମ୍ରୁ ଏକ କାର୍ବନ ମୋନୋକ୍ସାଇଡ୍ ସିଲିଣ୍ଡର ଜବତ କରାଯାଇଛି। ସନ୍ଦେହଜନକ ମୃତ୍ୟୁକୁ ନେଇ ବଞ୍ଜାରା ହିଲ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ପ୍ରତ୍ୟୁଷା ଗାରିମେଲାର ପ୍ରତିଷ୍ଠାତା ପ୍ରତ୍ୟୁଷାଙ୍କ ବଞ୍ଜାରା ହିଲ୍ସରେ ଏକ ଫ୍ୟାଶନ ଷ୍ଟୁଡିଅ ରହିଛି। ସେ ଟଲିଡଉଡ୍, ବଲିଉଡ୍ ସେଲିବ୍ରିଟିଙ୍କ ଡ୍ରେସ୍ ଡିଜାଇନ୍ କରୁଥିଲେ। ସୂଚନାଥାଉ କି, ଗତବର୍ଷ ପ୍ରତ୍ୟୁଷା ଫେମିନାରେ କହିଥିଲେ ଯେ, ସେ ଫ୍ୟାଶନ ଡିଜାଇନ୍ରେ କ୍ୟାରିୟର କରିବା ପୂର୍ବରୁ ୟୁକେରେ ମାଷ୍ଟର ଡିଗ୍ରୀ କରିଥିଲେ। ଏହାପରେ ସେ ତାଙ୍କ ବାପାଙ୍କ ବିଜ୍ନେସ୍ ସମ୍ଭାଳି ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)