• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ତ୍ତବ୍ୟ କରୁ କରୁ ଚାଲିଗଲା ଜୀବନ । ରକ୍ତ ଜୁଡ଼ୁବୁଡ଼ୁ ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ, ହେଲେ ଯେଉଁ ଲୋକଙ୍କ ପାଇଁ ଲଢ଼େଇ କରୁଥିଲେ, ସେମାନେ ଅଣଦେଖା କରି ବାଟଭାଙ୍ଗି ଚାଲିଯାଉଥିଲେ । ହେଲେ ସେ ସମସ୍ତଙ୍କ ସାମ୍ନାରେ ଆକ୍ରମଣର ଶିକାର ହୋଇଥିଲେ ସୁଦ୍ଧା କେହି ସହଯୋଗ କରିବା ପାଇଁ ଆସିନଥିଲେ । ଶେଷରେ ମୋବାଇଲ ଚୋର ସହ ଲଢ଼େଇ କରି ୧୨ ଥର ଛୁରୀ ମାଡ଼ ଖାଇଥିବା ପୋଲିସ୍‌ ବାବୁଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଆଜି ମାୟାପୁର ଥାନାର ଏଏସଆଇ ଶୁଭଦୟାଲ ପ୍ରାଣ ହରାଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ କରୋଲବାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଦିଲ୍ଲୀ ପୋଲିସରେ କାମ କରୁଥିଲେ ୫୭ ବର୍ଷୀୟ ଏସଏସଆଇ ଶମ୍ଭୁ ଦୟାଲ । ଘଟଣାଦିନ ସେ ମାୟାପୁରୀ ଥାନା ଅଞ୍ଚଳରେ ଜଣେ ଚୋରକୁ କାବୁ କରି ଆଣିବା ସମୟରେ ସେ ASI ଶମ୍ଭୁ ଦୟାଲଙ୍କୁ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା । ହେଲେ ଶମ୍ବୁ ଚୋରକୁ ଅଟକାଇବା ପାଇଁ ସଂଘର୍ଷ କରିଥିଲେ । ଆଉ ତା’ପରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମୃତ୍ୟୁ ସହ ସଂଘର୍ଷ କରିଥିଲେ । ହେଲେ ଆଜି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ସହ ହିରୋ ଭାବେ ଚିତ୍ରଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ଶୁଣାଣି ବେଳେ ଜଜ୍‌ଙ୍କୁ ଛୁରା ଦେଖାଇଲେ ଯୁବକ

୫୭ ବର୍ଷୀୟ ଶମ୍ଭୁ ଚୋର ସହ କିପରି ବିଚ୍‌ ରାସ୍ତାରେ ଲଢ଼ୁଥିଲେ, ତା’ର ସିସିଟିଭି ଦୃଶ୍ୟ ମଧ୍ୟ ଏବେ ସାମ୍ନାକୁ ଆସିଛି । ଜାନୁଆରୀ ୪ ତାରିଖ ସ୍ପଷ୍ଟ ଦିବାଲୋକରେ ସବୁ କିଛି ଘଟିଗଲା । ମୋବାଇଲ ଚୋର ଅନୀଶକୁ ଏଏସଆଇ ଶମ୍ଭୁ ପଶ୍ଚିମ ଦିଲ୍ଲୀର ମାୟାପୁରୀ ବସ୍ତିରୁ ଧରିଥିଲେ । ତାକୁ ଧରି ସେ ବସ୍ତିରୁ ବାହାରୁ ଥିବା ବେଳେ ହଠାତ୍‌ ଅନୀଶ ଗୋଟିଏ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲା । ଶମ୍ଭୁ ମଧ୍ୟ ଏହାକୁ ପ୍ରତିହତ କରିବା ସହ ଅନୀଶକୁ ଆଦୌ ଛାଡ଼ି ନଥିଲେ। ଏପରି ଆକ୍ରମଣ ଓ ପ୍ରତିଆକ୍ରମଣରେ ଅନୀଶ ତଳେ ପଡ଼ି ଯାଇଥିଲା । ୧୨ଥର ଛୁରୀ ମାଡ଼ ହୋଇଥିବାରୁ ଶମ୍ଭୁ ମଧ୍ୟ ଆଉ ଲଢ଼େଇ କରିପାରି ନଥିଲେ ।

ଅନେକ ଲୋକଙ୍କ ଉପସ୍ଥିତିରେ ଚୋରଟି ଶମ୍ଭୁଙ୍କୁ ଆକ୍ରମଣ କରୁଥିଲା, ହେଲେ ସେଠାରେ ଥିବା ଲୋକମାନେ ଯେପରି ତାମସା ଦେଖୁଥିଲେ । କେହି ଜଣେ ହେଲେ ବି ସାହାଯ୍ୟ କରିବା ପାଇଁ ଆସିଲେ ନାହିଁ । ଛୁରା ମାଡ଼ରେ ଶମ୍ଭୁଙ୍କ ବେକ, ଛାତି ଓ ପେଟରେ ଆଘାତ ଲାଗିଥିଲା । ପ୍ରଥମେ ଏହି ଦୃଶ୍ୟକୁ କିଛି ଲୋକ ରାସ୍ତାରେ ଛିଡ଼ା ହୋଇ ଦେଖିଥିଲେ । ଆଉ ସେହି ସମୟରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ସ୍ଥାନୀୟ ପୋଲିସ୍ । ଆଉ ଅଭିଯୁକ୍ତକୁ ଗିରଫ କରିଥିଲା ।

ଅଭିଯୁକ୍ତ ଧରାହେଲେ ସୁଦ୍ଧା ଜଣେ କର୍ତ୍ତ୍ୟବପରାୟଣ ଅଫିସର୍‌ଙ୍କୁ ହରାଇଛି ଦିଲ୍ଲୀ ପୋଲିସ୍ । କର୍ତ୍ତବ୍ୟ ପାଇଁ ଜୀବନ ଦେଇ ଆଜି ସେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି ।