• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ CBI ରେଡ୍ । ଆଜି ସକାଳେ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଟିମ୍ ପହଞ୍ଚି ରେଡ୍‌ କରୁଛି । ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିବା ସୂଚନା ମିଳିଛି । ମନୀଷ ସିସୋଦିଆଙ୍କ ଘର ସମେତ ଦିଲ୍ଲୀ- ଏନସିଆରରେ ୨୧ଟି ସ୍ଥାନରେ ଏକକାଳୀନ ଚଢଉ କରାଯାଉଛି ।  ଦିଲ୍ଲୀ ଅବକାରୀ କମିଶନର ଗୋପୀ କ୍ରିଷ୍ଣାଙ୍କ ଘରେ ମଧ୍ୟ ଚଢଉ ହେଉଛି ।  ସେପଟେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତଦନ୍ତ ବେଳେ ସହଯୋଗ କରିବେ ବୋଲି କହିଛନ୍ତି   ।

ତେବେ ରେର୍ଡ ସମ୍ପର୍କରେ ମନୀଷ ସିସୋଦିଆ ଟ୍ୱିଟ୍‌ କରି ନିଜେ ସୂଚନା ଦେଇଛନ୍ତି । ଟ୍ୱିଟ୍‌ ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଦିଲ୍ଲୀ ସରକାରଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ କାମ କରିବା ବନ୍ଦ କରାଯାଉଛି  । ସେମାନେ କୌଣସି ତଥ୍ୟ ପାଇବେ ନାହିଁ , ବିଚାର ବେଳେ ସତ୍ୟ ପଦାକୁ ଆସିବ ବୋଲି ଲେଖିଛନ୍ତି । ସେପଟେ ତଦନ୍ତକୁ ସ୍ୱାଗତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ସିବିଆଇ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ କୌଣସି ତଥ୍ୟ ପାଇ ନାହାନ୍ତି ବୋଲି ସେ ମତ ରଖିଛନ୍ତି ।

ଗତବର୍ଷ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା । ଏଥିରେ ୩୨ଟି ଜୋନ ପାଇଁ ୮୪୯ ଜଣ ଦୋକାନୀଙ୍କୁ ନିଲାମ ଦିଆଯାଇଥିଲା । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବେଳେ ବିଭିନ୍ନ ନିୟମର ଉଲ୍ଲଂଘନ ନେଇ ଅଭିଯୋଗ ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭୀନାଇ କୁମାର ସକ୍ସସେନା ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୂଆ ଅବକାରୀ ନୀତିକୁ ୬ମାସ ପାଇଁ ପ୍ରତ୍ୟାହାର କରାଯାଇଥିଲା ।